Latest Odisha News

BREAKING NEWS

ଆକାଶରେ ଦୃଶ୍ୟମାନ ହେଲା ସବୁଜ ଆଲୋକ, ଭିଡ଼ିଓ ଭାଇରାଲ

ୟୁରୋପ: ଆକାଶ ନୀଳ, ଧଳା କିମ୍ବା ବେଳେବେଳେ ଲାଲ ହୋଇଥିବାର ଆପଣ ନିଶ୍ଚୟ ଦେଖିଥିବେ । ଯେତେବେଳେ ବଜ୍ରପାତ ହୁଏ, ଏହା କଳା ଏବଂ ଧଳା ରଙ୍ଗରେ ମଧ୍ୟ ଦେଖାଯାଏ । କିନ୍ତୁ ଆପଣ କେବେ ଆକାଶରେ ସବୁଜ ଆଲୋକ ଦେଖିଛନ୍ତି କି? ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସବୁଜ ରଙ୍ଗ ଆକାଶରେ ବିଛା ଯାଇଥିବାର ମନଲୋଭା ଦୃଶ୍ୟ ଦେଖିବାକୁ ମିଳୁଛି । ଏଭଳି ଚମତ୍କାର ଭିଡିଓକୁ ବିମାନର ଜଣେ ଯାତ୍ରୀ ରେକର୍ଡ କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ ହେଉଛି । ଲୋକମାନେ ଏହି ଭିଡ଼ିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଯାତ୍ରୀ ଜଣକ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ ସେଥିରେ ଲେଖିଛନ୍ତି ଯେ, ମୁଁ ରାତିରେ ବିମାନ ଯୋଗେ ୟୁରୋପ ଯାଉଥିଲି । ମୋତେ ନିଦ ନ ହେବାରୁ ମୁଁ ସାରା ରାତି ଶୋଇ ନ ଥିଲି । ମୁଁ ମୋ କ୍ୟାମେରାରେ ବାହାରର ଦୃଶ୍ୟ ରେକର୍ଡ କରିବାକୁ ଲାଗିଲି । ଯେତେବେଳେ ଆମର ବିମାନ କାନାଡା ଦେଇ ଯାଉଥିଲା, ସେ ସମୟରେ ଆକାଶରେ ସବୁଜ ରଙ୍ଗର ଆଲୋକ ଦେଖିବାକୁ ପାଇଲି । ଏହା ଦେଖିବା ପ୍ରକୃତରେ ଖୁବ୍ ଆକର୍ଷଣୀୟ ଥିଲା ।

ବାସ୍ତବରେ, ଏହା ସୂର୍ଯ୍ୟଙ୍କଠାରୁ ବାହାରକୁ ଛିଟିକି ପଡ଼ୁଥିବା ନିଆଁ ହୁଳା ଦୃଶ୍ୟ ଭଳି ଦେଖାଯାଉଥିଲା । ଏଗୁଡ଼ିକ ସୌର ଝଡ଼ର ପ୍ରତିଫଳନ । ସୌରଝଡ଼ କାରଣରୁ ସୂର୍ଯ୍ୟଙ୍କ ଆଡ଼ୁ ଛିଟିକି ଆସୁଥିବା ବହୁ କ୍ଷୁଦ୍ର କଣିକା । ଭୟଙ୍କର ଉତ୍ତାପରେ ଏଗୁଡ଼ିକ ଚାର୍ଜ ହୋଇଥାନ୍ତି ଓ ସୂର୍ଯ୍ୟରୁ ପୃଥିବୀ ଆଡ଼କୁ ଆସିବା ସମୟରେ ଅନ୍ୟ କ୍ଷୁଦ୍ର କଣିକା ସହିତ ଧକ୍କା ହେବାରୁ ଏହା ଉଜ୍ଜ୍ୱଳ ଆଲୋକ ଉତ୍ପନ୍ନ ହୁଏ । ଆଉ ସେହି ସମୟରେ ସୁନ୍ଦର ସବୁଜ ରଙ୍ଗର ଆଲୋକବଳୟ ନଜରକୁ ଆସିଥାଏ । ବେଳେବେଳେ ଏହା ଅନ୍ୟ ରଙ୍ଗରେ ସଜ୍ଜେଇ ହୋଇଥିବା ଭଳି ଲାଗୁଥିଲେ ମଧ୍ୟ ପ୍ରାୟତଃ ସବୁଜ ରଙ୍ଗରେ ଦେଖାଯାଏ । ଏହାକୁ ଅରୋରା ବୋରାଲିସ୍ କୁହାଯାଏ ।

Comments are closed.