Latest Odisha News

୫୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗେଲ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗିରଫ

ନୂଆଦିଲ୍ଲୀ: ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ଗ୍ୟାସ ଅଥୋରିଟି ଅଫ୍ ଇଣ୍ଡିଆ ଲିମିଟେଡ(ଗେଲ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂ ଗିରଫ। କେବି ସିଂଙ୍କ ସମେତ ଆହୁରି ୫ଜଣଙ୍କୁ ଗିରଫ କରିଛି ସିବିଆଇ। ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ସିବିଆଇ କେବିଙ୍କୁ ଗିରଫ କରିଛି।

ଦିଲ୍ଲୀ, ନୋଏଡା ଏବଂ ବିଶାଖାପାଟନାମରେ ସିବିଆଇ ଚଢାଉ କରିଛି। ସିବିଆଇ ଅଧିକାରୀଙ୍କ କହିବାନୁସାରେ, ଗେଲ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଅନ୍ୟମାନଙ୍କ ଠିକଣାରେ ସର୍ଚ୍ଚ ଅପରେସନ ଜାରି ରଖିଛି। ଗ୍ୟାସ ପାଇପଲାଇନ ପ୍ରକଳ୍ପରେ କିଛି କଣ୍ଟ୍ରାକ୍ଟରଙ୍କୁ ଅନୁକମ୍ପା ଦେବା ପାଇଁ ଲାଞ୍ଚ ପ୍ରଦାନ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି।

Comments are closed.