ନୂଆଦିଲ୍ଲୀ: ଆଜି ଗୁରୁ ଦିବସ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ ଶିକ୍ଷକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିବା ୭୫ ଜଣିଆ ଶିକ୍ଷକ/ପ୍ରଶିକ୍ଷକଙ୍କ ମଧ୍ୟରେ ଓଡିଶାରୁ୪ ଜଣ ରହିଛନ୍ତି। ଓଡିଶାରୁ ସମ୍ମାନିତ ହୋଇଥିବା ୪ ଜଣ ଶିକ୍ଷକ/ପ୍ରଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଭଦ୍ରକ ଜିଲ୍ଲା କେନ୍ଦୁଆପଡା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଓ ଜଗତସିଂହପୁର ଜିଲ୍ଲା ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ।
President Droupadi Murmu conferred National Awards on teachers from across the country on the occasion of Teachers’ Day. The President said that quality education is considered the fundamental right of every child and role of teachers is the most important in nation-building.… pic.twitter.com/ICSXQGMZ1I
— President of India (@rashtrapatibhvn) September 5, 2023
ସେହିପରି ଦୁଇ ପ୍ରଶିକ୍ଷକ ହେଉଛନ୍ତି କଟକ ଜିଲ୍ଲା ଆଠଗଡ଼ରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରତିଷ୍ଠା ହୋଇଥିବା ଆଇଟିଆଇର ପ୍ରଶିକ୍ଷକ ରବିନାରାୟଣ ସାହୁ ଓ ଭୁବନେଶ୍ୱର ସରକାରୀ ଆଇଟିଆଇର ପ୍ରଶିକ୍ଷକ ସୁନୀତା ସିଂହ। ଏହି ପୁରସ୍କାର ପ୍ରଦାନ କରିବା ଏହି ଉତ୍ସୋବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷା ମନ୍ତ୍ରୀ ସୁଭାସ ସରକାର, ଶିକ୍ଷାରାଜ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ମେଧାବୀ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ।
Heartiest congratulations to all our 75 talented educators who have been honoured with the National Awards by Hon’ble President of Bharat Smt. Droupadi Murmu.
Their passion to improve learning outcomes and innovative efforts to enrich lives of students is an inspiration.… pic.twitter.com/QGK8bUE07n
— Dharmendra Pradhan (@dpradhanbjp) September 5, 2023
ଶିକ୍ଷକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକକଲ୍ୟାଣ ମାର୍ଗଠାରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ର ବିଜେତାମାନଙ୍କ ସହ ଆଲୋଚନା କରିଥିଲେ। ଏଥିରେ ୭୫ ଜଣ ପୁରସ୍କାର ବିଜେତା ଅଂଶଗ୍ରହଣ କରିଥିଲେ। ଦେଶର ଯୁବ ମାନସିକତାକୁ ପ୍ରତିପୋଷଣ କରିବାରେ ଶିକ୍ଷକମାନଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସେ ଉତ୍ତମ ଶିକ୍ଷକମାନଙ୍କର ଗୁରୁତ୍ୱ ଏବଂ ଦେଶର ଭାଗ୍ୟ ଗଠନରେ ସେମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ତୃଣମୂଳସ୍ତରର ସଫଳତା ହାସଲକାରୀଙ୍କ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେଇ ପ୍ରେରଣା ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
Comments are closed.