ମୁମ୍ବାଇ: ତେଲୁଗୁର ଲୋକପ୍ରିୟ ରିଅଲିଟି ଶୋ ବିଗ ବସ ସିଜିନ୍ ୭ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିରେ ସାଉଥ ସୁପରଷ୍ଟାର ନାଗାର୍ଜୁନ ହୋଷ୍ଟ କରିବାକୁ ଯାଉଛନ୍ତି । ନିକଟରେ ଶୋ’ର ପ୍ରୋମୋ ସାମ୍ନାକୁ ଆସିଛି । ଏହି ପ୍ରୋମୋରେ ବିଜୟ ଦେବରାକୋଣ୍ଡା ତାଙ୍କ ଫିଲ୍ମ ‘ଖୁସି’ର ପ୍ରମୋଶନ ପାଇଁ ଶୋ’ର ପ୍ରିମିୟରରେ ପହଞ୍ଚି ଥିବାର ଦେଖାଯାଇଛି । ଏହି ସମୟରେ ନାଗାର୍ଜୁନ ତାଙ୍କ ପୁଅ ନାଗା ଚେତୈନଙ୍କର ପୂର୍ବତନ ସ୍ତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିଷୟରେ ପଚାରୁଥିବାର ନଜର ଆସିଛନ୍ତି ।
ଶୋ’ର ପ୍ରୋମୋରେ ଏହା ଦେଖିବାକୁ ମିଳେ ଯେ, ବିଜୟ ଦେବରାକୋଣ୍ଡା ମଞ୍ଚରେ ପ୍ରବେଶ କରୁଛନ୍ତି । ଏହି ସମୟରେ ନାଗାର୍ଜୁନ ତାଙ୍କୁ ପଚାରୁଛନ୍ତି ତୁମେ କାହିଁକି ଏକୁଟିଆ ଆସିବାକୁ ସ୍ଥିର କଲ, ସାମନ୍ଥା କାହାନ୍ତି? ଏହା ଉପରେ ବିଜୟ କହିଥିଲେ ଯେ, ସାମନ୍ଥା ସ୍ୱାସ୍ଥ୍ୟ କାରଣରୁ ଆମେରିକାରେ ଅଛନ୍ତି । ଏହି ପ୍ରୋମୋରେ ସେ ତାଙ୍କ ଫିଲ୍ମ ଖୁସିର ଗୀତରେ ମଧ୍ୟ ଡ଼୍ୟାନ୍ସ କରିଥିଲେ । ଏହି ଫିଲ୍ମରେ ସାମନ୍ଥା ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।
ଏଠାରେ କହି ରଖୁଛୁ, ଅଭିନେତ୍ରୀ ସାମନ୍ଥା ନାଗାର୍ଜୁନଙ୍କ ବୋହୂ ଥିଲେ । ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଏବଂ ସାମନ୍ଥା ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ୨୦୨୧ରେ ଦୁହେଁ ଛାଡପତ୍ର ନେଇଥିଲେ ।
Comments are closed.