ସଂସଦର ବିଶେଷ ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ; ୯ଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ରଖିଲେ ଦାବି
ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେଶନକୁ ନେଇ ବିରୋଧୀ ସମାଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଏହି ଚିଠି ଶ୍ରୀମତୀ ଗାନ୍ଧୀ ୯ଟି ପ୍ରସଙ୍ଗ ଉପରେ ସଂସଦର ବିଶେଷ ଅଧିବେଶନରେ ଆଲୋଚନା କରିବା ପାଇଁ ଦାବି କରିଛନ୍ତି ।
ଏହା ପୂର୍ବରୁ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ବିଶେଷ ଅଧିବେଶନ କାହିଁକି ଡକାଯାଇଛି ଏବଂ ଅଧିବେଶନର ଏଜେଣ୍ଡା ସାର୍ବଜନୀନ କରିବାକୁ ଦାବି କରିଛନ୍ତି । ମେଣ୍ଟ ପକ୍ଷରୁ କୁହାଯାଇଛି, ବିଶେଷ ଅଧିବେଶନ ସକାରାତ୍ମକ ହେବା ଦରକାର । ତେବେ ବିଶେଷ ଅଧିବେଶନରେ ସରକାର ଦରଦାମ ବୃଦ୍ଧି, ବେରୋଜଗାରୀ ପରି ପ୍ରସଙ୍ଗ ଉପରେ ଆଲୋଚନା କରନ୍ତୁ ବୋଲି ବିରୋଧୀ ଆଶା ରଖିଛନ୍ତି । ଏପରି ପରିପ୍ରେକ୍ଷୀରେ ସୋନିଆ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଏଜେଣ୍ଡା ସାର୍ବଜନୀନ କରବା ପାଇଁ ଚେଷ୍ଟା କରୁଛନ୍ତି ।
କଂଗ୍ରେସ ନେତା ଜୟରାମ ରମେଶ ଏହି ପତ୍ର ଉପରେ ସୂଚନା ଦେଇ କହିଛନ୍ତି, ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କହିଛନ୍ତି, ଏହି ଅଧିବେଶନ ବିନା ଆଲୋଚନାରେ ନିଜ ଇଚ୍ଛାରେ ଡକା ଯାଇଛି । ବିଶେଷ ଅଧିବେଶନ ପୂର୍ବରୁ ସବୁ ଦଳର ବୈଠକ କରାଯାଇ ଏହାର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥାଏ । ହେଲେ ବିଶେଷ ଅଧିବେଶନ ଏଜେଣ୍ଡ ନେଇ କୌଣସି ସୂଚନା ଆମ ପାଖରେ ନାହିଁ ।
ସୂଚନାଥାଉ କି, ସେପ୍ଟେମ୍ବର ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ୫ ଦିନ ଧରି ଚାଲିବ ଏହି ଅଧିବେଶନ ।
Comments are closed.