ମୂଳ ବଙ୍ଗଳା : ଶକ୍ତି ଚଟ୍ଟୋପାଧ୍ୟାୟ
ଭାବୁଛି, ବୁଲିପଡ଼ି ଫେରିଯିବାଟା ଭଲ ବିକଳ୍ପ
ଏତେ କଳା ମୁଁ ମାଖିଛି
ଏଇ ଦୁଇ ହାତରେ, ଏତେ କାଳ ଧରି
କେବେ ହେଲେ ତୁମକୁ
ନିଜର ବୋଲି ଭାବି ନାହିଁ
ତୁମ ଭାବିବା ପରି।
ଏବେ ରାତିରେ, ଗର୍ତ୍ତ ନିକଟରେ
ଛିଡ଼ା ହେଲେ, ଜହ୍ନ ଡାକେ
ଆସ, ଆସ, ଆସ
ଏବେ ଗଙ୍ଗା କୂଳରେ
ନିଦରେ ଆଖି ବୁଜି ଆସୁଥିବା ବେଳେ
ଛିଡ଼ା ହେଲେ ଚିତାର କାଠ ଡାକେ,
ଆସ ଆସ।
ଯାଇ ପାରିବି
ମୁଁ ଯେକୌଣସି ଦିଗକୁ
ଚାଲିଯାଇ ପାରେ
କିନ୍ତୁ କାହିଁକି ଯିବି
ସନ୍ତାନର ମୁଁହକୁ ଧରି ଚୁମାଟିଏ ଦେବି
ଯିବି
କିନ୍ତୁ ଏବେ ଜମା ନୁହେଁ
ତୁମମାନଙ୍କୁ ସାଙ୍ଗରେ ନେଇଯିବି
ଏକାକୀ, ଅସମୟରେ ଯିବି ନାହିଁ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.