Latest Odisha News

BREAKING NEWS

ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି , ପୁରୀରେ ପ୍ରବଳ ଭକ୍ତଙ୍କ ଗହଳି

ପୁରୀ : ଗତକାଲି  ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦୋତ୍ସବ ନୀତି  । ସନ୍ଧ୍ୟା ଆଳତୀ ସରିବା ପରେ  ମହାଜନ ସେବାୟତ ମାନେ  ରାମକୃଷ୍ଣ ଓ ଦକ୍ଷିଣ ଘରୁ  ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ  । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ।

ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାଇବେ । ତେଣୁ ରାମ, କୃଷ୍ଣ ଓ ମଦନମୋହନ ଦୋଳିରୁ ଓହ୍ଲାଇ ଖଟ ଉପରେ ବିଜେ ହେବେ । ଭିତରଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିଆସି ସ୍ନାନମଣ୍ଡପ ଉପରେ ବସିବେ । ପରେ ଭରତିଆ ଗୌଡ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବେ । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ  ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି  । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  ।

 

 

 

Leave A Reply

Your email address will not be published.