Latest Odisha News

BREAKING NEWS

ବାଣୀବିହାରରେ ପୋଷ୍ଟର ଓ୍ବାର: ଏବିଭିପିର ଓଡ଼ିଆ ମହାପୁରୁଷ, ବିସିଜେଡିର ଫାଇଭ ଟି ସଚିବ !

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପୋଷ୍ଟର ଓ୍ବାର। ଆଗକୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି ହେଉଛି। ଏହି ସମୟରେ ବିଜୁ ଛାତ୍ର ଜନତା ଦଳ ଓ ଏବିଭିପି ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି।

ଗୋଟିଏ ପଟେ ବିଶ୍ବବିଦ୍ୟାଳୟ କାନ୍ଥରେ ଆଇଏଏସ ଅଫିସର ତଥା 5-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସମର୍ଥନରେ ବିସିଜେଡି ପକ୍ଷରୁ ପୋଷ୍ଟର ଲଗାଯାଇଛି। ଏହାର ଜବାବରେ ଏବିଭିପି ପକ୍ଷରୁ ବିସିଜେଡି ପୋଷ୍ଟର ପାଖରେ ଓଡ଼ିଶାର ମହାପୁରୁଷଙ୍କ ପୋଷ୍ଟର ଲଗାଯାଇଛି।

ବିସିଜେଡି ଫାଇଭ ଟି ସଚିବଙ୍କ ଫଟୋ ଲଗାଇ ଉଇ ଷ୍ଟାଣ୍ଡ ଉଇଥ ପାଣ୍ଡିଆନ ସାର ଲେଖିଥିବା ବେଳେ ଏବିଭିପି ଓଡ଼ିଆ ମହାପୁରୁଷଙ୍କ ଫଟୋ ଲଗାଇ ଆମ ଗର୍ବିତ ଲେଖିଛି।

ବିସିଜେଡି ଜଣେ ସରକାରୀ କର୍ମଚାରୀଙ୍କ ଫଟୋ ନିଜ ପୋଷ୍ଟରରେ ଲେଖି ନିଜ କାମକୁ ଯଥାର୍ଥ ଦର୍ଶାଇବାକୁ ଚେଷ୍ଟା କରିଛି। ଯାହାକୁ ଏବିଭିପି ସହିତ ସାଧାରଣରେ ସମାଲୋଚନା କରାଯାଇଛି। ପାଣ୍ଡିଆନଙ୍କୁ ବିସିଜେଡି କାହିଁକି ପୋଷ୍ଟରରେ ରଖିଛି ସେ ନେଇ ଏବିଭିପି ପ୍ରଶ୍ନ ଉଠାଇଛି।

ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବଢୁଥିବା ରାଜନୈତିକ ବିଭେଦର ପ୍ରତିଫଳନ ଭାବେ ଏହି ପୋଷ୍ଟର ଓ୍ଲାରରୁ ଦେଖାଯାଉଛି। ବିସିଜେଡି ଏବଂ ଏବିଭିପି ଉଭୟ ରାଜନୈତିକ ଦଳର ଛାତ୍ର ଶାଖା ହୋଇଥିବାରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି ବେଳେ ସେମାନେ କ୍ୟାମ୍ପସରେ ପ୍ରଭାବ ବିସ୍ତାର କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖାଯାଉଛି।

Comments are closed.