Latest Odisha News

BREAKING NEWS

ଓଡ଼ିଆଇ ବିଶ୍ୱକପରେ ଇଶାନ୍ କିଶନ୍ ଓ କେ.ଏଲ୍. ରାହୁଲଙ୍କ ଚୟନକୁ ନେଇ କଡ଼ା ମନ୍ତବ୍ୟ ଦେଲେ ଗୌତ୍ତମ୍ ଗମ୍ଭୀର୍   

ଭୁବନେଶ୍ୱର: ନେପାଳ ବିପକ୍ଷରେ ବିଜୟ ସହ ଭାରତ ଏସିଆ କପ୍‌ର ସୁପର-୪ ରେ  ନିଜର ସ୍ଥାନ ସୁନିଶ୍ଚିତ କରିଥିଲା । ଏହି ସମୟରେ  ୨୦୨୩ ରେ ହେବାକୁ ଥିବା ଆଇସିସି ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେୟାର ଲିଷ୍ଟ୍ ଘୋଷଣା କରାଯାଇଛି । ସେଥିରେ ଉଭୟ କେ.ଏଲ୍. ରାହୁଲ୍ ଏବଂ ଇଶାନ୍ କିଶାନଙ୍କୁ ଚୟନ କରାଯାଇଛି, କିନ୍ତୁ ଅନ୍ତିମ ୧୧ ଚୟନକୁ ନେଇ ଇଶାନ କିଶନ ଏବଂ କେ.ଏଲ୍ ରାହୁଲଙ୍କ ମଧ୍ୟରେ ଦୃଢ଼ ପ୍ରତିଯୋଗିତା ରହିଛି । ଏନେଇ ବହୁ ପୂର୍ବତନ କ୍ରିକେଟର୍ ନିଜର ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଭାରତୀୟ ଦଳର ପୂର୍ବତନ ଓପନର୍ ଗୌତମ ଗମ୍ଭୀରଙ୍କ କଡ଼ା ବୟାନ୍ ଏବେ ସାମ୍ନାକୁ ଆସିଛି । ଗମ୍ଭୀର କହିଛନ୍ତି ଯେ ବିଶ୍ୱକପ୍‌ର ଅନ୍ତିମ ଏକାଦଶ ଚୟନ କରିବାବେଳେ ରୋହିତ୍ ଶର୍ମା ଚୟନ ନିସ୍ପତି ଭୁଲ୍ ତ୍ରୁଟିରୁ ନିଜକୁ ଦୂରେଇ ରଖନ୍ତୁ । ଦଳର ଅନ୍ତିମ ୧୧ଙ୍କ ଚୟନକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ କେ.ଏଲ୍. ରାହୁଲ୍ ଏବଂ ଇଶାନ୍ କିଶନଙ୍କ ମଧ୍ୟରୁ ଇଶାନ୍ କିଶନଙ୍କ ଚୟନକୁ ନେଇ ଗୌତ୍ତମ୍ ଗମ୍ଭୀର୍ କହିଛନ୍ତି ଯେ ପ୍ଲେଇଙ୍ଗ୍-୧୧ ଚୟନକୁ ନେଇ  ଦଳର ଅଧିନାୟକ ରୋହିତ୍ ଶର୍ମା କୌଣସି ବଡ ଭୁଲ୍ କରନ୍ତୁ ନାହିଁ ।

ନିକଟରେ ଭାରତ-ପାକିସ୍ତାନ ମୁକାବିଲା ପୂର୍ବରୁ ଷ୍ଟାର୍ ସ୍ପୋର୍ଟ୍ସରେ କମେଣ୍ଟ୍ରି ଚାଲିଥିବା ବେଳେ ପୂର୍ବତନ କ୍ରିକେଟର ଗମ୍ଭୀର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଆଗାମୀ ବିଶ୍ୱକପ୍ ଶୃଙ୍ଖଳରେ ଯଦି ଇଶାନ୍ କିଶାନଙ୍କ ସ୍ଥାନରେ କେ.ଏଲ୍ ରାହୁଲଙ୍କୁ ସୁଯୋଗ ଦିଆଯାଉଛି ତେବେ ଏହା ଭାରତର ଏକ ବିରାଟ ବଡ ଭୁଲ ନିସ୍ପତି ହେବ ବୋଲି ସେ କହିଛନ୍ତି । ଏସିଆ କପ୍‌ର ସୁପର-୪ରେ ଭାରତ ପାକିସ୍ତାନ ସହିତ ମୁକାବିଲା କରିବ, କିନ୍ତୁ ଚଳିତ ସିଜନରେ ମୁଖ୍ୟ ଲକ୍ଷ୍ୟ ହେଉଛି ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା ଆଇସିସି ଓଡ଼ିଆଇ ବିଶ୍ୱକପ୍ । ଇଶାନ୍ କିଶନ୍ ନିକଟ ଅତୀତରେ ଭାରତ ପାଇଁ ଉତ୍ତମ ବ୍ୟାଟିଂ ନମୁନା ପ୍ରଦର୍ଶନ କରିବା ସହିତ ଚମତ୍କାର କିପିଙ୍ଗ୍ କରି ନିଜକୁ ପ୍ରମାଣିତ କରିଛନ୍ତି । ଅନ୍ୟପକ୍ଷରେ କେ.ଏଲ୍ ରାହୁଲ୍ ଆହତ ହେବା ପରଠାରୁ ଅନ୍ତର୍ଜାତୀୟ ସ୍ତରରେ ଖେଳି ନାହାଁନ୍ତି। ତେବେ ଏଭଳି ସ୍ଥିତିରେ ରୋହିତ୍ ଶର୍ମା ଉଚିତ୍ ନିର୍ଣ୍ଣୟ ପ୍ରତି ଧ୍ୟାନ ଦେବା ଦରକାର ।

Leave A Reply

Your email address will not be published.