ବ୍ରହ୍ମପୁର: ବର୍ଷା ଜାରି ରହିଥିବା ବେଳେ ପାହାଡ଼ରୁ ପଥର ଧସି ଆସିବା ପରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।ଉଭୟ ସମ୍ପର୍କୀୟ ଦୁଇ ଭାଇ ବୋଲି ସୂଚନା ରହିଛି।
ସଦର ଥାନା ଅନ୍ତର୍ଗତ କାଳୁଆ ଛକ ଏକ ପଥର କ୍ଵରିରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଦିଗପହଣ୍ଡି ଥାନା ବି ତୁରୁବୁଡ଼ି ପଞ୍ଚାୟତ ପିଲିକାଡ଼ିହା ଗ୍ରାମର ଗୋବିନ୍ଦ ମଲିକ, ଜଗା ମଲିକ। ଦୁଇ ଆହତ ହେଲେ ନଳୀହାଡ ଗ୍ରାମର ଶିବ ବେହେରା ଓ ଆର. ଉଦୟଗିରିର ସୁଦର୍ଶନ ବଡ ରଇତ। ସେହିପରି ଅନ୍ୟ ଦୁଇ ଜଣ ଆହତ ହୋଇଥିବାରୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କାମ ସାରି ଏକ ଗଛ ମୂଳେ ବିଶ୍ରାମ ନେଉଥିବା ବେଳେ ପାହାଡରୁ ଧସି ଆସିଥିଲା ପଥର। ପଥରକୁ ଦେଖି ୪ଜଣ ଦୌଡ଼ି ପଳାଇବାକୁ ଚେଷ୍ଟା କଲା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
Comments are closed.