Latest Odisha News

BREAKING NEWS

୯ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ: ତାମିଲନାଡୁର ପୁଦୁକୋଟାଇର ୯ ଜଣ ମତ୍ସ୍ୟଜୀବୀଙ୍କୁ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମ୍ବିଏଲ୍) ଅତିକ୍ରମ କରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗିରଫ କରାଯାଇଛି। ଖବର ଅନୁଯାୟୀ, ବୁଧବାର ରାତିରେ ପୁଡୁକୋଟାଇ ଜିଲ୍ଲାର କୋଟ୍ଟଇପାଟ୍ଟିନମ୍ ଏବଂ ଜଗଦୀପତନମ୍ ଠାରୁ ଦୁଇଟି ମୋଟର ଡଙ୍ଗାରେ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିବା ବେଳେ ଏହି ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା। ଗତ କିଛି ମାସ ମଧ୍ୟରେ ଶ୍ରୀଲଙ୍କା ଅନେକ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଏବଂ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ଅତିକ୍ରମ କରି ମାଛ ଧରିବା ଅଭିଯୋଗ କରି ଗିରଫ କରାଯାଇଛି।

କୋଷ୍ଟାଲ୍ ସିକ୍ୟୁରିଟି ଗ୍ରୁପ୍ (CSG) ସୂତ୍ର ଅନୁଯାୟୀ, ସେପ୍ଟେମ୍ବର ୧୩ ରେ ୪ ଜଣ ମତ୍ସ୍ୟଜୀବୀ କୋଟଇପାଟ୍ଟିନମରୁ ଏକ ମୋଟର ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ। ସେମାନେ ‘ନିନ୍ଦନଥିଭୁ’ରେ ମାଛ ଧରିବା ସମୟରେ ଶ୍ରୀଲଙ୍କା ନୌସେନା ସେମାନଙ୍କୁ ଅଟକାଇ ପଚରାଉଚରା ପାଇଁ ଶ୍ରୀଲଙ୍କାର କାଙ୍କେସନ୍ଥୁରାଇ ନାଭାଲ ବେସକୁ ନେଇ ଗଲେ। ଏହା ବ୍ୟତୀତ ୧୩ ସେପ୍ଟେମ୍ବର ସକାଳେ ଅନ୍ୟ ୫ ଟି ମତ୍ସ୍ୟଜୀବୀ ମଧ୍ୟ ମାଛ ଧରିବାକୁ ‘ନିନ୍ଦନଥିଭୁ’ ଯାଇଥିଲେ। ଏହି ସ୍ଥାନରୁ ଶ୍ରୀଲଙ୍କା ନୌସେନା ସେମାନଙ୍କୁ ଗିରଫ କରି ପଚରାଉଚୁରା ପାଇଁ କାଙ୍କେସନ୍ଥୁରାଇକୁ ନେଇ ଅଟକ ରଖିଛନ୍ତି।

ସୂଚନା ଥାଉକି ଗିରଫ ହୋଇଥିବା ମତ୍ସ୍ୟଜୀବୀମାନଙ୍କୁ କିଛି ଦିନ କାରାଗାରରେ ବନ୍ଦୀ ରଖିବା ପରେ ଜାମିନ ଦିଆଯାଏ, କିନ୍ତୁ ମତ୍ସ୍ୟଜୀବୀଙ୍କ ମୋଟର ଡଙ୍ଗା ଆଉ ଫଏରସ୍ତ କରନ୍ତି ନାହିଁ ନୌସେନା। ଫଳରେ ଉକ୍ତ ମତ୍ସ୍ୟଜୀବୀମାନେ ଯେତେବେଳେ ଭାରତ ପ୍ରତ୍ୟାବର୍ତ୍ତନ କରନ୍ତି ସେତେବେଳେ ସେମାନଙ୍କ ଜୀବିକା ପ୍ରତି ବିପଦରେ ବଢିଯାଏ। ଯେତେବେଳେ ଶ୍ରୀଲଙ୍କା ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଥିଲା, ସେତେବେଳେ ଭାରତ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢାଇ ଥିଲା। ତେଣୁ ଶ୍ରୀଲଙ୍କା ନୌସେନାର ଏହି ଗିରଫଦାରୀ ସୋସିଆଲ ମିଡିଆରେ ବହୁ ସମାଲୋଚିତ ହୋଇଛି।

Comments are closed.