ଦିଲ୍ଲୀ: ଅଣ୍ଡା ରୋଲ ଖାଇବାକୁ ପ୍ରାୟ ଲୋକ ଭଲ ପାଆନ୍ତି? ଅନେକ ପ୍ରକାରର ଅଣ୍ଡା ରୋଲ୍ ଅଛି । କେହି କେହି ଡବଲ୍ କିମ୍ବା ଆଉ କେହି ଗୋଟିଏ ଅଣ୍ଡା ରୋଲ୍ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଅଣ୍ଡା ରୋଲ ଆପଣଙ୍କ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ? ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ହଁ, ଅଣ୍ଡା ରୋଲ ତିଆରି କରିବା ପାଇଁ ଅନେକ ପ୍ରକାରର ତେଲ ବ୍ୟବହୃତ ହୁଏ । ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଏହା ହେଉଛି ଏକ ପ୍ରମୁଖ କାରଣ । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହା ରକ୍ତରେ କୋଲେଷ୍ଟ୍ରଲରେ ସ୍ତରକୁ ବଢାଇପାରେ । ଅଣ୍ଡାରୋଲ ଗୁଡ଼ିକ ତେଲରେ ଫ୍ରାଏ ହୋଇଥାଏ । ଏଥିରେ ସନ୍ତୁଳିତ ଚର୍ବି ଥାଏ । ଯାହା ରକ୍ତରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ ବୃଦ୍ଧି କରିଥାଏ । ତେଣୁ ଏହା ହୃଦଘାତକୁ ବଢ଼ାଇଥାଏ ।
ଅଣ୍ଡା ରୋଲରେ ଅଧିକ ଲୁଣ ବ୍ୟବହାର ହୋଇଥାଏ । ଏଥିରେ ବ୍ୟବହୃତ ଚଟଣିରେ ସୋଡିୟମ୍ ଥାଏ । ତେଣୁ ନିୟମିତ ଭାବେ ଅଣ୍ଡା ରୋଲ ଖାଇବା ଦ୍ୱାରା ରକ୍ତଚାପ ବୃଦ୍ଧି ହୋଇଥାଏ । ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ଅଣ୍ଡା ରୋଲ ଖାଇବା ଉଚିତ୍ ନୁହେଁ । ମଧୁମେହରେ ପୀଡିତ ଲୋକମାନେ ଶରୀରରେ ସଠିକ୍ ପରିମାଣର ସୁଗାର ବଜାୟ ରଖିବା ଆବଶ୍ୟକ । କିନ୍ତୁ ଅଣ୍ଡାରେ ସୁଗାର ବୃଦ୍ଧିକାରୀ କ୍ୟାଲୋରୀ ଅଧିକ । ସେଥିପାଇଁ ମଧୁମେହ ରୋଗୀମାନେ ଏହାକୁ ନ ଖାଇବା ଭଲ ।
ଅତ୍ୟଧିକ ଅଣ୍ଡା ରୋଲ ଖାଇବା ଦ୍ୱାରା ଓଜନ ବଢ଼ିପାରେ । ଏହି ଖାଦ୍ୟଗୁଡ଼ିକରେ କ୍ୟାଲୋରୀ ଏବଂ ଚର୍ବି ଅଧିକ ଥାଏ । ତେଣୁ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ସେମାନେ କଦାପି ଅଣ୍ଡା ରୋଲ ଖାଇବା ଉଚିତ୍ ନୁହେଁ । ଏହି ରୋଲରେ ଥିବା ଅଧିକାଂଶ ତେଲ ହାର୍ଟ ପାଇଁ ଭଲ ନୁହେଁ । ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି ତେବେ ଅଣ୍ଡା ରୋଲ ଖାଆନ୍ତୁ ନାହିଁ ।
Comments are closed.