ଆଫ୍ରିକା: ୭ ଯୁବତୀଙ୍କୁ ଏକାସାଙ୍ଗରେ ବିବାହ କଲେ ବ୍ୟକ୍ତି । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍କା ଲାଗିପାରେ । କାରଣ ଆପଣ ଭାବୁଥିବେ କେହି ଏକାସଙ୍ଗରେ ଏତେ ଯୁବତୀଙ୍କୁ କ’ଣ ବିବାହ କରିପାରିବେ ? ଆଜ୍ଞା, ହଁ ଆଫ୍ରିକାର ଉଗାଣ୍ଡାରେ ଜଣେ ୪୩ ବର୍ଷୀୟ ବ୍ୟକ୍ତି ୭ ଯୁବତୀଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ।
ହବିବ ଏନ୍ସିକୋନେ ନାମକ ଜଣେ ବ୍ୟବସାୟୀ ଉଗାଣ୍ଡାରେ ରୁହନ୍ତି । ନିକଟରେ ସେ ଗୋଟିଏ ଦିନରେ ୭ ଯୁବତୀଙ୍କୁ ଏକାସାଙ୍ଗରେ ବିବାହ କରି ଚର୍ଚ୍ଚାରେ ରହିଛନ୍ତି । ଏହା ହବିବଙ୍କ ପ୍ରଥମ ବିବାହ ନୁହେଁ । ତାଙ୍କର ପୂର୍ବରୁ ଜଣେ ସ୍ତ୍ରୀ ଅଛନ୍ତି । ଏହି ବିବାହ ବଡ଼ ଆକାରରେ ଆୟୋଜନ କରିଥିଲେ । କନ୍ୟାଙ୍କ ସହ କନ୍ୟାଯାତ୍ରୀମାନେ ୪୦ ଲିମୋ ଏବଂ ୩୦ ମୋଟରସାଇକେଲରେ ବିବାହ ମଣ୍ଡପରେ ପହଞ୍ଚିଥିଲେ । ଏକ ବିଶାଳ ରିସେପ୍ସନ ପରେ ହବିବ ଏକ ବଡ଼ ଗାଡିରେ କନ୍ୟାମାନଙ୍କ ସହିତ ତାଙ୍କ ଘରକୁ ଯାଇଥିଲେ । ଏତେ ବଡ଼ ଆୟୋଜନକୁ ଦେଖି ସେଠାରେ ଉପସ୍ଥିତ ଅତିଥିମାନେ ବିଶ୍ୱାସ କରିପାରି ନ ଥିଲେ ।
ହବିବ୍ କହିଛନ୍ତି ଯେ, ପ୍ରତ୍ୟେକ ଝିଅ ଏକାସାଙ୍ଗରେ ବିବାହ କରିବାକୁ ରାଜି ହେବା ପରେ ମୁଁ ଏକ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରିଥିଲି । ଏହି ବିବାହକୁ ଦେଖି ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିବାହ ପରେ ମୁଁ ମୋର ପ୍ରତ୍ୟେକ ସ୍ତ୍ରୀଙ୍କୁ ଏକ ନୂଆ କାର ଉପହାର ଦେଇଛିି । ଏଥିସହିତ ଶାଶୁ ଏବଂ ଶ୍ୱଶୁରଙ୍କୁ ଅନେକ ଉପହାର ବି ଦେଇଛିି । ମୋର ଏହି ୭ ସ୍ତ୍ରୀଙ୍କ ମଧ୍ୟରେ ଦୁଇ ଭଉଣୀ ମଧ୍ୟ ଅଛନ୍ତି । ମୁଁ ତାଙ୍କ ପିତାମାତାଙ୍କୁ ମୋଟରସାଇକେଲ ମଧ୍ୟ ଦେଇଛିି ।
ହବିବ୍ ଆହୁରି କହିଛନ୍ତି ଯେ, ମୋର ପତ୍ନୀମାନେ ପରସ୍ପର ପ୍ରତି ଈର୍ଷା କରନ୍ତି ନାହିଁ । ଏକ ବଡ଼ ଖୁସି ପରିବାର ଗଠନ ପାଇଁ ସମସ୍ତଙ୍କୁ ଏକାଥରକେ ବିବାହ କରିଛି । ଯାହା ଦ୍ୱାରା ମୁଁ ୧୦୦ ସନ୍ତାନର ବାପା ହୋଇପାରିବି । ମୋ ପରିବାରରେ ବହୁତ କମ୍ ଲୋକ ଅଛନ୍ତି, ତେଣୁ ମୁଁ ଅନେକ ସନ୍ତାନ ପାଇବାକୁ ଚାହୁଁଛି । ଯାହା ଦ୍ୱାରା ଆମର ଏକ ବଡ଼ ପରିବାର ହୋଇପାରିବ ।
Comments are closed.