କୋଲକାତା : ବିଶ୍ବର ସବୁଠାରୁ ବଡ କୃଷ୍ଣ ମନ୍ଦିର । ଜାଣିଛନ୍ତି କି କେଉଁଠାରେ ରହିଛି । ହଁ ଆଜ୍ଞା କୋଲକାତାଠାରୁ ୧୩୦ କିଲୋମିଟର ଦୂରରେ ନଦୀଆ ଜିଲ୍ଲାର ମାୟାପୁରୀରେ ଥିବା ମନ୍ଦିର ହେଉଛି ବିଶ୍ବର ସବୁଠାରୁ ବଡ ମନ୍ଦିର । ଏହି ମନ୍ଦିର ନିର୍ମାଣ ପାଇଁ ବହୁ ବର୍ଷ ସମୟ ଲାଗିଥିଲା । ଆମେରିକାର ପ୍ରସିଦ୍ଧ ଅଟୋ ମୋବାଇଲ କମ୍ପାନୀ ଫୋର୍ଟର ପ୍ରତିଷ୍ଠାତା ଆଲଫ୍ରେଡ ଫୋର୍ଡ ଏହି ମନ୍ଦିରର ଚେୟାରମ୍ୟାନ୍ ଅଟନ୍ତି । ଏହି ମନ୍ଦିରର ଉଚ୍ଚତା ୩୫୦ ଫୁଟ୍ । ଏବଂ ଏହା ୭ ମହଲା ବିଶିଷ୍ଟ ।
ମାୟାପୁରୀରେ ଥିବା ଏହି ମନ୍ଦିରର ଏକ ବିଶେଷତ୍ବ ରହିଛି । ଏହା ପ୍ରାୟ ଅଢେଇ ଏକର ଜମିରେ ଅବସ୍ଥିତ । ପ୍ରାୟ ଦେଢ ଏକର ଜମିରେ ଏଠାରେ କୀର୍ତ୍ତନ ହଲ ନିର୍ମାଣ କରାଯାଇଛି । ଯେଉଁଠି ପ୍ରାୟ ୧୦ ହଜାର ଭକ୍ତ ଏକାସଙ୍ଗରେ ବସି କୀର୍ତ୍ତନ କରିପାରିବେ । ୮୦୦ କୋଟିରୁ ଉର୍ଦ୍ଧ୍ବ ବ୍ୟୟ ବରାଦରେ ଏହି ମନ୍ଦିର ନିର୍ମିତ ହୋଇଛି । ଏହି ମନ୍ଦିରରେ ଏକ ଶିକ୍ଷାଦାନ ମନ୍ଦିର ମଧ୍ୟ ରହିଛି । ଯେଉଁଠାରେ ଭାଗବତ ଗୀତା ସମ୍ବନ୍ଧରେ ଆଲୋଚନା ହୁଏ । ଏହି ମନ୍ଦିରର ମନୋରମ ସୌନ୍ଦର୍ଯ୍ୟ ବିଶ୍ବର କୋଣ ଅନୁକୋଣରୁ ଭକ୍ତ ମାନଙ୍କୁ ଏଠାକୁ ଟାଣିଆଣେ ।
Comments are closed.