ସୁନ୍ଦରଗଡ: ସୁନ୍ଦରଗଡର ଆତଙ୍କ ସୃଷ୍ଟି କରିଛି ସ୍କ୍ରବ ଟାଇଫସ । ପ୍ରତିଦିନ ବଢି ଚାଲିଛି ରୋଗୀ ସଂଖ୍ୟା । ମଙ୍ଗଳବାର ପୁଣି ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ସଂଖ୍ୟା ବୃଦ୍ଧି ପାଇ ୧୯୩ରେ ପହଞ୍ଚିଛି । ଗତକାଲି ଚିହ୍ନଟ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତ ଅଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ ସିଡିଏମଓ ଡା.କାହ୍ନୁଚରଣ ନାୟକ ।
ସ୍କ୍ରବ ଟାଇଫସ ଖାଲି ସୁନ୍ଦରଗଡ ନୁହେଁ, ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିବାରେ ଲାଗିଛି । ତେବେ ସୁନ୍ଦରଗଡରେ ସ୍ଥିତି ସାଂଘାତିକ ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ବରଗଡ ଏବଂ ସୁନ୍ଦରଗଡ ପଠାଇଛନ୍ତି । ବରଗଡରେ ସ୍କ୍ରବ ଟାଇଫସ ଆକାନ୍ତ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାର ତଦନ୍ତ କରିବା ପାଇଁ ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ ଯାଇଛନ୍ତି ।
ସେହିପରି ଆଉ ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଗଠିତ ଅନ୍ୟ ଏକ ଟିମ ସୁନ୍ଦରଗଡ ଯାଇଛନ୍ତି । ଏମାନେ ସେଠିକାର ସ୍ଥିତି ଅନୁଧ୍ୟାନ କରିବା ସ୍କ୍ରବ ଟାଇଫସର ସଂକ୍ରମଣ କେମିତି ଓ କେଉଁ ପରିସ୍ଥିତିରେ ହେଉଛି ତାହାର ତଦନ୍ତ କରିବେ ।
ସୂଚନାଥାଉ କି, ଗତକାଲି ସୁନ୍ଦରଗଡରେ ୫୯ ନମୂନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୦ ପଜେଟିଭ ଆସିଥିଲା । ଜିଲ୍ଲାର ସଦର ବ୍ଲକ ସ୍ଥିତ ମଝାପଡା ଓ ବାଲିଶଙ୍କରା ବ୍ଲକ ଅଂଚଳରେ ମାତ୍ରାଧିକ ଅ।କ୍ରାନ୍ତ ଚିହ୍ନଟ ହଉଛନ୍ତି । ତେଣୁ ପ୍ରତିକାର ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଡିଓ, ତହସିଲଦାର ଓ ଡାକ୍ତରମାନଙ୍କ ସହ ଭର୍ଚୁଅ।ଲ ମୋଡରେ ବୈଠକ କରାଯାଇଛି ।
Comments are closed.