Latest Odisha News

ମାଇକ୍ରୋସଫ୍ଟର ଭୁଲ ଯୋଗୁ ଲିକ ହେଲା ୩୮ ଟିବି ଡାଟା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସାମାନ୍ୟ ଭୁଲ ଯୋଗୁ ୩୮ ଟିବି ଡାଟା ଲିକ ହୋଇଛି । କମ୍ପାନୀର ଏଆଇ ଗିଟହବ ରିର୍ପୋଜିଟରୀରୁ ଏହି ତଥ୍ୟ ମିଳିଛି । ଏମଏସର ଏଆଇ ଗବେଷକ ଟିମ ଭୁଲ ବ୍ୟକ୍ତିଗତ ଡାଟାକୁ ସାର୍ବଜନୀନ କରି ଦେଇଥିଲେ । ରିପୋର୍ଟ ମୁତାବକ ଲିକ ଡାଟାରେ କମ୍ପାନୀର ଦୁଇ ପୂର୍ବତନ କମ୍ପାନୀଙ୍କ ଅଫିସ ସିଷ୍ଟମ ବ୍ୟାକଅପ ମଧ୍ୟ ସାମିଲ । ଏହା ବ୍ୟତୀତ ସିକ୍ରେଟ ଡାଟା, ସିକ୍ୟୁରିଟି କିଜ, ପାସୱାର୍ଡ ଓ ୩୦ ହଜାରରୁ ଅଧିକ ଇଂଟର୍ନାଲ ଟିମ ମେସେଜ ରହିଛି । ୱିଜ ଅନୁସାରେ ଡାଟା ଲିକ ଏସଏଏସ ଟୋକନ ଜରିଆରେ ହୋଇଥିଲା । ଯାହାକି ମାଇକ୍ରୋସଫ୍ଟ ୟୁଜର୍ସଙ୍କ ଡାଟା ଶେୟାର ପାଇଁ ବ୍ୟବହାର କରାଯାଇଥାଏ ।

୨୨ ଜୁନ ୨୦୨୩ରେ ଏମଏସକୁ ଏହି ଡାଟା ଲିକ ସମ୍ପର୍କରେ ସୂଚନା ଦିଆଯାଇଥିଲା । ତଥାପି ଏଥିପ୍ରତି କମ୍ପାନୀ ସତର୍କତା ଅବଲମ୍ବନ କରି ନ ଥିଲେ । ରିର୍ପୋଜିଟରୀର ରିଡମି.ଏମଡି ଫାଇଲ ଡେଭଲପର୍ସା ୟୁଜର୍ସ ଷ୍ଟୋରେଜ ୟୁଆରଏଲରେ ଡାଉନଲୋଡ କରିବା ସୁବିଧା ପ୍ରଧାନ କରାଯାଇଥିଲା । ମାତ୍ର ଭୁଲ ଯୋଗୁ ଷ୍ଟୋରେଜ ଆକାଂଉଟର ଅନୁମତି ମଧ୍ୟ ଏଥିରେ ସାମିଲ ହୋଇ ଯାଇଥିଲା । ଯାହା ଫଳରେ ସମସ୍ତ ଡାଟା ଲିକ ହୋଇଥିଲା । କମ୍ପାନୀ ଏବେ ଏହାକୁ ସୁଧାରି ଦେଇଛି ।

Leave A Reply

Your email address will not be published.