Latest Odisha News

BREAKING NEWS

ଖଲିସ୍ଥାନୀ ଆତଙ୍କୀ ହରପ୍ରୀତଙ୍କ ହତ୍ୟାକୁ ନେଇ ମୁହାଁମୁହିଁ କାନାଡା-ଭାରତ: ଜବାବ ରଖିଲେ ହରପ୍ରୀତିଙ୍କ ପୁଅ

ନୂଆଦିଲ୍ଲୀ:କାନାଡା-ଭାରତ ସମ୍ପର୍କରେ ଦେଖା ଦେଇଛି ଫାଟ । ଖଲିସ୍ତାନ ଆତଙ୍କୀ ହରପ୍ରୀତ ସିଂହ ନିଜ୍ଜର ହତ୍ୟା ପଛରେ ଭାରତର ହାତ ଥିବା କହି ସେଠାରେ ଭାରତୀୟ ରାଷ୍ଟ୍ରଦୂତକୁ ବହିଷ୍କାର କରିଛନ୍ତି କାନାଡା ସରକାର । ଅବଶ୍ୟ ଏହାର ପାଲଟା ଜବାବ ଭାରତ ଦେଇଛି ଏବଂ ଭାରତରେ ଥିବା କାନାଡାର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଛି । ଏଥିସହିତ ହରପ୍ରୀତ ସିଂହ ହତ୍ୟାକାଣ୍ଡରେ ଭାରତର ହାତ ନ ଥିବା ସ୍ପଷ୍ଟୀକରଣ ଦେଇଛି । ଏସବୁ ବିବାଦ ମଧ୍ୟରେ ଏବେ ସାମ୍ନାକୁ ଆସିଛି ହରପ୍ରୀତର ପୁଅ ବଲରାଜ ସିଂହ ନିଜ୍ଜର ।

କାନାଡା ସରକାରଙ୍କ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ହରପ୍ରୀତଙ୍କ ୨୧ ବର୍ଷୀୟ ପୁଅ ବଲରାଜ ସିଂହ ନିଜ୍ଜର ପ୍ରତିକ୍ରିୟା ରଖି କହିଛନ୍ତି, ‘ପରିବାର ଏବଂ ଶୁଭେଚ୍ଛୁମାନେ କହୁଥିଲେ, ବାପାଙ୍କ ହତ୍ୟା ପଛରେ ଭାରତର ହାତ ଅଛି । ହେଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ଏହି କଥା ସ୍ପଷ୍ଟ କରିଦେଲେ  । ଏହା ମତେ ଆଶ୍ୱସ୍ତ କରିଛି ।’

ହରଦୀପଙ୍କର ୨ ପୁଅ ମଧ୍ୟରୁ ବଲରାଜ ହେଉଛନ୍ତି ବଡ । ସେ କହିଛନ୍ତି, ସମସ୍ତେ ଏହି କଥା ସନ୍ଦେହ କରୁଥିଲେ । ତେବେ ଏହା କେବଳ ସମୟର କଥା ଥିଲା ଯେ କେତେବେଳେ ସତ ସାମ୍ନାକୁ ଆସିବ । ହେଲେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଯେତେବେଳେ ସଂସଦରେ ଏକଥା କହିଥିଲେ ସେତେବେଳେ ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସିଥିଲା ।

ଏ ନେଇ ବଲରାଜ ଟ୍ରୁଡୋଙ୍କ ସମେତ ସଂଘୀୟ କନ୍ଜରବେଟିଭ ନେତା ପିୟରେ ପୋଲିବରେ ଏବଂ ଏନଡିପି ନେତା ଜଗମୀତ ସିଂହଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ସରକାର ଆଉ ଗୋଟିଏ ପାଦ ଆଗକୁ ବଢିବେ ଏବଂ ହତ୍ୟାକାରୀଙ୍କୁ କାଠଗଡାରେ ଛିଡା କରାଇବେ ।

Comments are closed.