ନୂଆଦିଲ୍ଲୀ: ୨୦୨୩-୨୦୨୪ ଶିକ୍ଷା ବର୍ଷ ପାଇଁ କେବେ ଜେଇଇ, ନିଟ ପରୀକ୍ଷା ? ଏ ନେଇ ତାରିଖ ଘୋଷଣା କରିଛି ନାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ (NTA) । ଏନଟିଏ ପକ୍ଷରୁ ଜାରି ସୂଚନା ଅନୁସାରେ, ଜେଇଇ ମେନ ପରୀକ୍ଷା ସେସନ-୧ ୨୦୨୪ ଜାନୁଆରୀ-ଫେବୃଆରୀରେ ହେବ । ସେସନ -୨ ହେବ ୨୦୨୪ ଏପ୍ରିଲରେ । ସେହିପରି ନିଟ ୟୁଜି ଏବଂ ସିୟୁଇଟି ୟୁଜି ପରୀକ୍ଷା ୨୦୨୪ ମେ’ ମାସରେ ଆୟୋଜିତ ହେବ । ଦେଶରର ହେବାକୁ ଥିବା ବଡା ପରୀକ୍ଷାର ତାରିଖ ବିଷୟରେ ସୂଚନା ଦେଇଛି ଏନଟିଏ । ପରୀକ୍ଷାର୍ଥୀ ଏନଟିଏର ଅଫିସିଆଲ ୱେବସାଇଟକୁ ଯାଇ ପରୀକ୍ଷା ସିଡ୍ୟୁଲ ଚେକ କରିପାରିବେ ।
ଜେଇଇ ମେନ ପରୀକ୍ଷା ଦୁଇଟି ସ୍ତରରେ କରାଯିବ । ସବୁଠାରୁ ମଡ ମେଡିକାଲ ପ୍ରବେଶିକା ପରୀକ୍ଷା NEET UG 2024 ମେ’ ୫ ତାରିଖରେ ଆୟୋଜନ କରାଯିବ । ଫଳାଫଳ ପରୀକ୍ଷାର ତିନି ସପ୍ତାହ ମଧ୍ୟରେ ଘୋଷିତ କରାଯିବ ।
ସେହିପରି ଜେଇଇ ମେନର ପ୍ରଥମ ପର୍ଯ୍ୟାୟର ପରୀକ୍ଷା ଜାନୁଆରୀ ୨୪ ତାରିଖରୁ ଫେବ୍ରୁଆରୀ ୧ ମଧ୍ୟରେ କରାଯିବ । ୨ୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୧ରୁ ୧୫ ମଧ୍ୟରେ ଆୟୋଜନ କରାଯିବ ।
ଏନଟିଏର ଅଫିସିଆଲ ସର୍କୁଲାରରେ କୁହାଯାଇଛି, NEET UG 2024ର ଫଳାଫଳ ୨୦୨୪ ଜୁନ ୨ୟ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ । ଏହା ଭିତରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ କମନ ୟୁନିଭର୍ସିଟି ପ୍ରବେଶ (CUET PG) ୨୦୨୪ ମାର୍ଚ୍ଚ ୧୧ରୁ ମାର୍ଚ୍ଚ ୨୮ ମଧ୍ୟରେ କରାଯିବ । ଏହାର ଫଳାଫଳ ଶେଷ ପରୀକ୍ଷାର ତିନି ସପ୍ତାହ ମଧ୍ୟରେ ପ୍ରକାଶ ପାଇବ । ତେବେ ସିୟୁଇଟି ୟୁଜି ପରୀକ୍ଷାର ରେଜିଷ୍ଟ୍ରେସନ ତାରିଖ ଏ ଯାଏ ଘୋଷଣା କରାଯାଇ ନାହିଁ ।
Comments are closed.