ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍। ସପକ୍ଷରେ ୪୫୪ଟି ଭୋଟ୍ ପଡ଼ିଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ଅର୍ଥାତ ଦୁଇ ଜଣ ସାଂସଦ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଛନ୍ତି।
‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ନାମରେ ଏହି ବିଲ୍କୁ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ବାଲ ଲୋକସଭାରେ ଆଗତ କରିଥିଲେ। ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ହିଁ ଏହା କାର୍ଯ୍ୟକାରୀ ହେବ ଏବଂ ତେଣୁ ୨୦୨୪ରେ ଆଗାମୀ ଲୋକସଭା ନିର୍ବାଚନ ସମୟରେ ଏହା ଲାଗୁ ହେବାର ସମ୍ଭାବନା ନାହିଁ। ଆସନ୍ତାକାଲି ସ୍ବତନ୍ତ୍ର ଅଧିବେସନର ଚତୁର୍ଥ ଦିନ। ରାଜ୍ୟସଭାରେ ଏହାକୁ ଆଗତ କରାଯାଇ ପାରିତ କରାଯିବ।
ମହିଳା ସଂରକ୍ଷଣ ବିଲ୍ ଉପରେ ପାଖାପାଖି ୮ ଘଣ୍ଟାର ବିତର୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦେବାକୁ ଲୋକସଭାରେ ପହଞ୍ଚିଥିଲେ। ଆଜି ପ୍ରଥମେ କଂଗ୍ରେସ ତରଫରୁ ସୋନିଆ ଗାନ୍ଧୀ ନିଜ ଦଳର ଆଭିମୁଖ୍ୟ ରଖି ଏହି ବହୁ ପ୍ରତୀକ୍ଷିତ ବିଲ ବାବଦରେ ବିତର୍କ ପ୍ରକ୍ରିୟାକୁ ଆରମ୍ଭ କରିଥିଲେ।
Comments are closed.