Latest Odisha News

ଭୁଷୁଡିଲା ଇନ୍ଦ୍ରଦ୍ୟୁମ୍ନ ପାଚେରୀ !

ପୁରୀ: ଭୁଷୁଡିଲା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ସୁରକ୍ଷା ପାଚେରୀ । ଏହି ପାଚେରୀର ଗୋଟିଏ ପାର୍ଶ୍ଵ ରବିବାର ରାତିରେ ଭୁଷୁଡିଯିବା ଫଳରେ ଏହାସହ ସଂଲଗ୍ନ ରାସ୍ତାରେ ମଧ୍ୟ ଫାଟ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ପ୍ରାୟ ଦେଢବର୍ଷ ତଳେ ପ୍ରବଳ ବର୍ଷା ଯୋଗୁଁ ଏହି ପ୍ରାଚୀରର ଏକ ଅଂଶ ଭୁଷୁଡି ଯାଇଥିଲା । ପରେ ଏହାକୁ ମରାମତି କରାଯାଇଥିଲା । ପ୍ରାଚୀରକୁ ସୁରକ୍ଷା ଦେବାକୁ ଏହା କଡ଼ରେ ବାଲିବସ୍ତା ମାନ ମଧ୍ୟ ଦିଆଯାଇଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ହୁଡହୁଡ ବାତ୍ୟାରେ ଏହା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଳା ପ୍ରଶାସନ ଏହାକୁ ମରାମତି ବଦଳରେ କେବଳ ଏହା କଡ଼ରେ ବାଲିବସ୍ତା କେବଳ ଦେଇଥିଲା ।

ଏ ଘଟଣାରେ କୌଣସି ଜିଲ୍ଲା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Comments are closed.