Latest Odisha News

BREAKING NEWS

ପୁଣିଥରେ ଏକାଠି ନଜର ଆସିବେ କପିଲ ଶର୍ମା ଓ ସୁନୀଲ ଗ୍ରୋଭର !

ମୁମ୍ବାଇ: କପିଲ ଶର୍ମା ନିଜ ନିଆରା ଅନ୍ଦାଜର କମେଡି ପାଇଁ ସାଉଁଟି ପରିଛନ୍ତି ବେଶ୍ ଲୋକପ୍ରିୟତା । ଖୁବ କମ ଦିନରେ ବଲିଉଡର ଆଗଧାଡ଼ିର ଆୟ କରୁଥିବା ଅଭିନେତାଙ୍କ ମଧ୍ୟରେ ଆସୁଛି କପିଲଙ୍କ ନାମ ।

BjdElectrycity

ତେବେ କପିଲ ଶର୍ମାଙ୍କ ରିଆଲିଟି ସୋ’ ‘ଦି କପିଲ ଶର୍ମା ସୋ’ ମଧ୍ୟ ଦର୍ଶକଙ୍କୁ ବେଶ୍ ହସାଉଛି । ହେଲେ ଏବେବି ଏଥିରେ ଥିବା  ଅଭାବକୁ ଅନୁଭବ କରୁଛନ୍ତି ଦର୍ଶକ।

ସେ ହେଉଛନ୍ତି ସୁନୀଲ ଗ୍ରୋଭର । ଅତୀତରେ କପିଲ ଶର୍ମାଙ୍କ ସହ ସୁନୀଲ ଡାକ୍ତର ଗୁଲାଟି ଏବଂ ରିଙ୍କୁ ଭାଭି ଆଦି ଚରିତ୍ରରେ ବେଶ୍‌ ମଜାଦାର ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ଡକ୍ଟର ଗୁଲାଟି ନାଆଁରେ ଦର୍ଶକମାନଙ୍କ ମଧ୍ୟରେ ଆଜି ବି ବେଶ୍‌ ଲୋକପ୍ରିୟ ଅଛନ୍ତି ଅଭିନେତା ସୁନୀଲ ଗ୍ରୋଭର୍‌।

କପିଲ ଶର୍ମାଙ୍କ ଶୋ’ କୁ ସୁନୀଲ ପୁଣି ଥରେ ଫେରୁଥିବା ନେଇ ଶୁଣିବାକୁ ମିଳୁଛି । ସୁନୀଲ ସୋ’କୁ ଫେରୁଥିବା କଥା ତାଙ୍କର ଏକ ଟୁଇଟରୁ ଅନୁମାନ କରାଯାଉଛି।

ସୁନୀଲ ଗ୍ରୋଭର୍‌ ଟୁଇଟ କରି ଲେଖିଛନ୍ତି ଯେ, ‘ ଏଠି ସବୁକିଛି ମିଳିଯାଏ, ମିଳିଥିବା ଜିନିଷ ସବୁ ଦିନପାଇଁ ରହେ ନାହିଁ, ଏଣୁ ସବୁବେଳେ ଅନ୍ୟମାନଙ୍କ ପାଖରେ କୃତଜ୍ଞ ରୁହ,ଏହା ହିଁ ମୂଳ ମନ୍ତ୍ର, ଆଉ ହଁ ଖୁବ୍ ହସ ।

Leave A Reply

Your email address will not be published.