Latest Odisha News

BREAKING NEWS

ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ: ସ୍ଥଗିତ ରହିଲା ଅକ୍ଟୋବର ୩ରେ ହେବାକୁ ଥିବା ଓଡ଼ିଶା ବନ୍ଦ ଡାକରା

ପୁରୀ: ଶ୍ରୀମନ୍ଦିର ଚାରିଦୁଆର ଭକ୍ତଙ୍କ ପାଇଁ ଖୋଲିବା ଓ ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଅକ୍ଟୋବର ୩ ତାରିଖରେ ଜଗନ୍ନାଥ ସେନା ତରଫରୁ ଓଡିଶା ବନ୍ଦ ଡକରା ପ୍ରସଙ୍ଗ। ସ୍ଥଗିତ ରହିଲା ଅକ୍ଟୋବର ୩ ତାରିଖରେ ହେବାକୁ ଥିବା ଓଡିଶା ବନ୍ଦ। ଗତକାଲି ଜିଲ୍ଲାପାଳଙ୍କ ସହ ଜଗନ୍ନାଥ ସେନାର ଆଲୋଚନା ବିଫଳ ହୋଇଥିବା ବେଳେ ଆଜି ପୁର୍ନବାର ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ଆସନ୍ତା ଦିନରେ ହେବାକୁଥିବା ଓଡିଶା ବନ୍ଦ ଡାକରାକୁ ବନ୍ଦ ରଖିଲା ଜଗନ୍ନାଥ ସେନା।

ଗତକାଲି ଜିଲ୍ଲା ପ୍ରଶାସନର ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଓଡିଶା ବନ୍ଦ ଆହ୍ୱାନ ଜଗନ୍ନାଥ ସେନା ଦେଇଥିବା ବେଳେ ଆଜି ଦୁଇଟି ପ୍ରସଙ୍ଗରେ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନକୁ କିଛିଦିନ ସ୍ଥଗିତ ରଖିଛି ଜଗନ୍ନାଥ ସେନା। ଆଜି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଓ ସେନାର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବା ପରେ ସମସ୍ତ ଭକ୍ତଙ୍କ ପାଇଁ ଚାରିଦୁଆର ଉନ୍ମୁକ୍ତ ରହିବ ବୋଲି ଆଜି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଗଣମାଧ୍ୟମରେ କହିବା ପରେ ଓଡିଶା ବନ୍ଦ ଡାକରାକୁ ସ୍ଥଗିତ ରଖିଛି ଜଗନ୍ନାଥ ସେନା।

ସେପଟେ ରତ୍ନଭଣ୍ଡାର ସୁରକ୍ଷା, ମରାମତି, ଗଣତିମଣତି ମଧ୍ୟ ଜଗନ୍ନାଥ ସେନାର ଏଜେଣ୍ଡାରେ ଥିବାବେଳେ ମାନ୍ୟବର କୋର୍ଟଙ୍କ ନିକଟରେ ଏହା ବିଚାରାଧୀନ ଥିବା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ଯଦି ଦୁଇ ତିନି ମାସ ମଧ୍ୟରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ନହୁଏ ଓ ଚାରିଦୁଆର ନଖୋଲେ ତେବେ ଜଗନ୍ନାଥ ସେନା ପୁର୍ନବାର ଓଡିଶା ବନ୍ଦ କରିବ ବୋଲି ଚେତାବନୀ ଦେଇଛି।

Comments are closed.