ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସ ଅନୁଷ୍ଠିତ ହେଉଛି । ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ଇତି ମଧ୍ୟରେ ୧୦୦ ମିଟର ମହିଳା ହର୍ଡଲ୍ସରେ ଜ୍ୟୋତି ୟାରଜୀ ସ୍ୱର୍ଣ୍ଣ ଜିତିବା ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା । ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପୂର୍ବରୁ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ମହାନ ଗାୟିକା ଆଶା ଭୋଁସଲେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅବଶ୍ୟ ପରେ ଜଣା ପଡିଥିଲା ଯେ, ଏ ପର୍ଯ୍ୟନ୍ତ ଏସିଆନ ଗେମ୍ସ ୨୦୨୩ ସଂସ୍କରଣର ହର୍ଡଲ୍ସ ଇଭେଂଟ ଆରମ୍ଭ ହୋଇନି । ତେବେ ଜ୍ୟୋତି କିପରି ସ୍ୱର୍ଣ୍ଣ ଜିତିଲେ ? ଏହି ଭିଡିଓ ଫେକ ବୋଲି ଜଣାପଡିବା ପରେ ଗମ୍ଭୀର ଏବଂ ଅନ୍ୟମାନଙ୍କୁ ଅପଦସ୍ତ ହେବାକୁ ପଡିଛି । ଯେଉଁ ଭିଡିଓ ସୋସିଆଲ ମିଡିଆରେ ଶେୟାର ହୋଇଥିଲା ତାହା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପର ଥିଲା ।
Heartiest congratulations to Yaraaji from Andhra Pradesh for winning the Gold for 100mts hurdles at the Asian Games ??? pic.twitter.com/QzrfhyGmfV
— ashabhosle (@ashabhosle) September 26, 2023
This gold medal is true testament that dreams come true irrespective of circumstances. Way to go Jyothi Yaraaji ? ?? pic.twitter.com/yIhuP0FA2Q
— Gautam Gambhir (@GautamGambhir) September 26, 2023
ଜ୍ୟୋତିଙ୍କଠାରୁ ଅବଶ୍ୟ ଭାରତୀୟ କ୍ରୀଡାପ୍ରେମୀ ନିଶ୍ଚିତ ସ୍ୱର୍ଣ୍ଣ ହାସଲ ନେଇ ଆଶାୟୀ ଅଛନ୍ତି । ଫେକ ଭିଡିଓ ଯୋଗୁ ଏହି ଇଭେଂଟର ମଜା କିଛି ମାତ୍ରାରେ ନଷ୍ଟ ହୋଇଯାଇଛି । ଗମ୍ଭୀର ଏକ୍ସରେ ଲେଖିଥିଲେ ପରିସ୍ଥିତି ଯାହା ବି ହେଉ, ଏହା ପୁନର୍ବାର ପ୍ରମାଣିତ କରିଛି ଯେ, ସ୍ୱପ୍ନ ସତ୍ୟ ହୋଇଥାଏ । ସେହିପରି ଆଶା ଲେଖିଥିଲେ ଏସୀୟ ଗେମ୍ସରେ ୧୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ନେଇ ଆନ୍ଧ୍ରପ୍ରଦେଶର ୟାରାଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।
Comments are closed.