Latest Odisha News

BREAKING NEWS

ଦମ୍ପତ୍ତିଙ୍କୁ ଧକ୍କା ଦେଲା କନ୍ନଡ ଅଭିନେତା ନାଗଭୂଷଣଙ୍କ କାର୍: ସ୍ତ୍ରୀ ମୃତ , ସ୍ବାମୀ ଗୁରୁତର

ବେଙ୍ଗାଲୁରୁ: କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର୍‌ ଏକ ବୃଦ୍ଧ ଦମ୍ପତ୍ତିଙ୍କୁ ଧକ୍କା ଦେଇଛି  । ଫଳରେ ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି  । ଗତକାଲି ବିଳମ୍ବିତ ରାତିରେ ସେ ଉତ୍ତରହାଲ୍ଲିରୁ କୋନାନାକୁନ୍ତେ ଆଡ଼କୁ ଯାଉଥିବାବେଳେ ଏହି ଅଘଟଣ ଘଟିଛି । ମୃତ ମହିଳା ଜଣକ ୪୮ ବର୍ଷିୟ ପ୍ରେମା ବୋଲି ଜଣାପଡିଛି । ଏବଂ ଗୁରୁତର ସ୍ବାମୀ ଜଣକ ହେଉଛନ୍ତି ୫୮ ବର୍ଷିୟ କ୍ରିଷ୍ଣା ।

କ୍ରିଷ୍ଣାଙ୍କର ଗୋଡ଼, ମୁଣ୍ଡ ଓ ପେଟରେ ଆଘାତ ଲାଗିଛି। ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଦମ୍ପତ୍ତି ଗତକାଲି ରାତି ପ୍ରାୟ ୯ଟା ୪୫ରେ ବସନ୍ତପୁର ମୁଖ୍ୟ ରାସ୍ତାର ଫୁଟପାଥରେ ଚାଲି ଚାଲି ଯାଉଥିବାବେଳେ ନାଗଭୂଷଣଙ୍କ କାର୍ ଦୁହିଁଙ୍କୁ ଧକ୍କା ଦେଇଥିଲା । କାର ଟି  ପ୍ରଥମେ ଦମ୍ପତିଙ୍କୁ ଧକ୍କା ଦେବା ପରେ ସିଧାସଳଖ ଯାଇ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା । ତେବେ ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ନାଗଭୂଷଣ ନିଜେ ଏହି ଦମ୍ପତ୍ତିଙ୍କୁ ମେଡିକାଲକୁ ନେଇଥିବା ସୂଚନା ମିଳିଛି ।   ଅଳ୍ପ ଦିନ ପୂର୍ବେ ନାଗଭୂଣଙ୍କ ‘ତଗାରୁ ପାଲ୍ୟା’ ଫିଲ୍ମ ମୁକ୍ତିଲାଭ କରିଛି।

Comments are closed.