Latest Odisha News

୫ ଫୁଟ ୩ ଇଞ୍ଚର ଜୋତା ତିଆରି କଲେ ବ୍ୟକ୍ତି , ବିଶ୍ୱ ରେକର୍ଡ଼ କରିବାକୁ ଟାର୍ଗେଟ

ମଧ୍ୟପ୍ରଦେଶ: ପରିସ୍ଥିତି ଯାହା ହେଉନା କାହିଁକି, ସ୍ୱପ୍ନ ବଡ଼ ହେବା ଉଚିତ୍ । ମଧ୍ୟପ୍ରଦେଶର ବୁରହାନପୁରରୁ ଏଭଳି ଏକ ରୋଚକ ଖବର ସାମ୍ନାକୁ ଆସିଛି । ଏଠାକାର ଜଣେ ବ୍ୟକ୍ତି ନିଜ ନାମକୁ ଗିନିଜ୍ ବୁକ୍ ଅଫ ରେକର୍ଡ଼ରେ ସାମିଲ କରିବାକୁ ଚାହୁଁଛନ୍ତି । ସେଥିଲାଗି ସେ ୫ ଫୁଟ୍ ୩ ଇଞ୍ଚର ଏକ ଜୋତା ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।

ନୟାମାଟପୁର ଅଞ୍ଚଳରେ ରୁହନ୍ତି ରମେଶ ଦାଶରଥ ଚିତ୍ରେ । ସେ ଦୀର୍ଘ ୨୫ ବର୍ଷ ହେଲାଣି ଜୋତା ତିଆରି କରି ଆସୁଛନ୍ତି । ତାଙ୍କ ବାପା ମଧ୍ୟ ଜୋତା ତିଆରି କରୁଥିଲେ । ତାଙ୍କ ବାପାଙ୍କଠାରୁ ସେ ଜୋତା ତିଆରି କରିବା ଶିଖିଛନ୍ତି । ତାଙ୍କ ହାତ ତିଆରି ଜୋତାକୁ ସେଠାକାର ଲୋକେ ଖୁବ୍ ପସନ୍ଦ କରନ୍ତି । ସେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢିିଛନ୍ତି । ତାଙ୍କର ଇଛା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା । ଖାସ୍‌କରି ଗିନିଜ ବୁକ୍ ୱାଲର୍ଡ଼ ପଞ୍ଜୀକରଣ କରିବାକୁ ଚାହାଁନ୍ତି । ସେଥିଲାଗି ସେ ଏକ ରେଗାଜାଇନ୍ ମ୍ୟାଟ୍ ରୁ ୫ ଫୁଟ ୩ ଇଞ୍ଚ ଏକ ଜୋତା ତିଆରି କରିଛନ୍ତି । ଏହାକୁ ତିଆରି କରିବାକୁ ମାତ୍ର ୩ ଦିନ ସମୟ ଲାଗିଥିଲା । ଏହି ଜୋତାରେ ବ୍ୟବହୃତ ସାମଗ୍ରୀରେ ୧୫ ହଳ ଚପଲ ତିଆରି କରାଯାଇପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର କୌଣସି ଚପଲ ଉତ୍ପାଦନକାରୀ ଏତେ ବଡ ଜୋତା ତିଆରି କରିନାହାଁନ୍ତି ।

ସାଧାରଣତଃ ଜଣେ ବ୍ୟକ୍ତିର ଉଚ୍ଚତା ୫ଫୁଟରୁ ୬ ଫୁଟ ହୋଇଥାଏ । ଏହି ଚପଲର ଉଚ୍ଚତା ମଧ୍ୟ ସାଧାରଣ ଲୋକର ଉଚ୍ଚତା ସହିତ ସମାନ । ଏହା ମଧ୍ୟପ୍ରଦେଶର ସବୁଠାରୁ ବଡ ଜୋତା । ଏହାକୁ ଦେଖିବାକୁ ପ୍ରତ୍ୟେକ ଦିନ ଲୋକଙ୍କ ଭିଡ଼ ଜମୁଛି । ଚପଲ ନିର୍ମାତା ରମେଶ କହିଛନ୍ତି ଯେ, ଗିନିଜ୍ ବୁକ୍‌ରେ ମୋ ନାମ ପଞ୍ଜୀକରଣ କରିବା ପାଇଁ ଏହି ଚପଲ ତିଆରି କରିଛି । ଗିନିଜ ବୁକ୍ ୱାର୍ଲ୍ଡ ରେକର୍ଡ ପାଇଁ ମଧ୍ୟ ଆବେଦନ କରିଛି । ଯଦି ଏହା ମଧ୍ୟ ମୋର ବିଶ୍ୱ ରେକର୍ଡ ନାମ ପଞ୍ଜୀକରଣ କରେ ନାହିଁ, ତେବେ ମୁଁ ଆଗକୁ ୧୦ ଫୁଟର ଜୋତା ତିଆରି କରିବି ।

Comments are closed.