Latest Odisha News

“ଆଗାମୀ ୧୦ ବର୍ଷ ଯାଏ ବିଜେପିକୁ ‘ମିଆଁ’ଙ୍କ ଭୋଟ୍ ଆବଶ୍ୟକ ନାହିଁ, ଯଦି ସେମାନେ ତାଙ୍କ ଚିନ୍ତାଧାରାରେ ବଞ୍ଚିବେ”

ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପିକୁ ୧୦ ବର୍ଷ ଯାଏଁ ‘ମିଆଁ’ଙ୍କ ଭୋଟ୍ ଦରକାର ନାହିଁ। ସେମାନଙ୍କର ସମର୍ଥନ ପାଇଁ କିଛି ସର୍ତ୍ତ ରହିଛି ବୋଲି ସେ କହିଛନ୍ତି। ‘ମିଆଁ’ ଶବ୍ଦ ବଙ୍ଗଳାଭାଷୀ ମୁସଲମାନମାନଙ୍କୁ ବୁଝାଇବାରେ ବ୍ୟବହୃତ ହେଉଥିବା ଏକ ଶବ୍ଦ। ଯାହା ନକରାତ୍ମକ ଶୈଳୀରେ କୁହାଯାଏ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ଆଗାମୀ ୧୦ ବର୍ଷ ଯାଏଁ ବିଜେପିକୁ ଚର ଅଞ୍ଚଳର ‘ମିଆଁ’ ଲୋକଙ୍କ ଭୋଟ୍ ଦରକାର ନାହିଁ, ଯେପର୍ଯ୍ୟନ୍ତ ସେମାନେ ବାଲ୍ୟ ବିବାହ ଭଳି ପ୍ରଥାକୁ ଛାଡି ନିଜକୁ ସୁଧାରି ନାହାନ୍ତି। ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ ‘ମିଆଁ’ ଲୋକମାନେ ତାଙ୍କୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ସମର୍ଥନ କରନ୍ତି ଏବଂ ସେମାନେ ସେମାନଙ୍କୁ ଭୋଟ୍ ନଦେଇ ସେମାନଙ୍କ ସପକ୍ଷରେ ସ୍ଲୋଗାନ୍ ଜାରି ରଖିପାରିବେ।

ନିର୍ବାଚନ ଆସିଲେ ନିଜେ ‘ମିଆଁ’ ଲୋକଙ୍କୁ ବିଜେପିକୁ ଭୋଟ୍ ନଦେବାକୁ ଅନୁରୋଧ କରିବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିବାର ନିୟୋଜନ, ବାଲ୍ୟବିବାହ ବନ୍ଦ, ମୌଳବାଦକୁ ଦୂରେଇ ରଖିଲେ ସେମାନେ ବିଜେପିକୁ ଭୋଟ ଦେଇପାରିବେ ବୋଲି ସେ କହିଛନ୍ତି।

ତାଙ୍କ ସପକ୍ଷରେ ଭୋଟ୍ ଦେଉଥିବା ଏବଂ ବିଜେପି ସପକ୍ଷରେ ଭୋଟ୍ ଦେଉଥିବା ବ୍ୟକ୍ତିମାନେ ଦୁଇ କିମ୍ବା ତିନିରୁ ଅଧିକ ପିଲା ଜନ୍ମ କରିବା ଉଚିତ ନୁହେଁ, ନିଜ ଝିଅମାନଙ୍କୁ ସ୍କୁଲ୍ ପଠାଇବା ଆବଶ୍ୟକ, ବାଲ୍ୟ ବିବାହଠୁ ଦୂରେଇ ରହିବା ଆବଶ୍ୟକ ଏବଂ ମୌଳବାଦ ଛାଡ଼ି ସୁଫିବାଦକୁ ଆପଣାନ୍ତୁ ବୋଲି ଶର୍ମା କହିଛନ୍ତି। ଏସବୁ ସର୍ତ୍ତ ପୂରଣ ହେବା ପରେ ହିଁ ‘ମିଆଁ’ ଲୋକଙ୍କ ପାଖକୁ ଭୋଟ୍ ମାଗିବାକୁ ସେ ଚରକୁ ଯିବେ ବୋଲି କହିଛନ୍ତି।

ମୁଖ୍ୟତଃ ବଙ୍ଗଳାଭାଷୀ ମୁସଲମାନମାନେ ବସବାସ କରୁଥିବା ଅନେକ ଚରରେ ଉପଯୁକ୍ତ ବିଦ୍ୟାଳୟ ନଥିବା ନେଇ ଶର୍ମାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ଏଭଳି ଅଞ୍ଚଳରେ ବିଦ୍ୟାଳୟ ନଥିବା ସମ୍ପର୍କରେ ତାଙ୍କୁ ଅବଗତ କରାଗଲେ ତୁରନ୍ତ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାର ସୁଯୋଗ ନମିଳିବା, ଆଗାମୀ ଦିନରେ ସରକାର ସଂଖ୍ୟାଲଘୁ ଅଞ୍ଚଳରେ ୭ଟି କଲେଜ ଖୋଲିବୁ ବୋଲି ହିମନ୍ତ ଶର୍ମା କହିଛନ୍ତି। ତେବେ ହିମନ୍ତଙ୍କ ମନ୍ତବ୍ୟକୁ କିଛି ଲୋକ ଭେଦଭାବପୂର୍ଣ୍ଣ ଓ ସମ୍ବେଦନହୀନ ବୋଲି କହି ସମାଲୋଚନା କରିଛନ୍ତି।

Comments are closed.