ଭୁବନେଶ୍ବର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିବାବେଳେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିଛି । ଆଜି ଦଳ ପକ୍ଷରୁ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀର କାଳୀ ମନ୍ଦିର ପାଖରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀମାନେ ୨୩ ବର୍ଷର ଅପାରଗ ଓ ଜନବିରୋଧି ବିଜେଡ଼ି ସରକାର ଏବଂ ୯ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି କେନ୍ଦ୍ରରେ ଥିବା ଜନବିରୋଧି ମୋଦି ସରକାରର ମିଛ ପ୍ରତିଶ୍ରୁତି ଓ ପ୍ରତାରଣାକୁ ପ୍ରଚାରପତ୍ର ଦ୍ୱାରା ଘରେ ଘରେ ବାଣ୍ଟି ଥିଲେ
ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏବଂ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତିଙ୍କ ତତ୍ୱାବଧାନରେ କଂଗ୍ରେସ ଦଳର ବରିଷ୍ଠ ନେତା ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, କିଶୋର ଜେନା, ଜିଲ୍ଲା ପର୍ଯ୍ୟବେକ୍ଷକ ମନୋଜ ବିଶ୍ୱାଳ, ପ୍ରତିମା ମଲ୍ଲିକ, ବିଶିଷ୍ଟ ଗବେଷକ ତଥା ସମାଜସେବୀ ଅନିଲ ଧିର ପ୍ରମୂଖ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ଥିଲେ ।
Comments are closed.