Latest Odisha News

ଫନି କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ‘ଏମସ୍’

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢ଼ାଇଲା ଏମସ୍ ।

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(ଏମସ୍) ନୂଆଦିଲ୍ଲୀର କର୍ତ୍ତୃପକ୍ଷ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୯୩.୮୯ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ଏମସ୍ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ନିବାସ ଠାରେ ଏହି ଚେକ ହସ୍ତାନ୍ତର କରିଛନ୍ତି । ବାତ୍ୟା ଫନିରେ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ପାଇଁ ଏମ୍ସର ଡାକ୍ତର ଓ ଅନ୍ୟ କର୍ମକର୍ତ୍ତା ମାନଙ୍କ ଠାରୁ
ଏହି ରାଶି ଏକାଠି କରିଛି ଏମସ୍ ।

Comments are closed.