ଭୁବନେଶ୍ୱର: ଜାତୀୟ ରାଜପଥ ପ୍ରସଙ୍ଗକୁ ନେଇ ଗୃହ ବାହାରେ ମୁହାଁ ମୁହିଁ ହେଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରେଢ଼ାଖୋଲ ବିଧାୟକ ଜାତୀୟ ରାଜପଥ 55ର କାମକୁ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିଥିବା ବେଳେ କଡ଼ା କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ରୋହିତ ଆଜି ବିଧାନସଭା ବାହାରେ ବାଇଟ ଦେଇ କହିଛନ୍ତି, ସମ୍ବଲପୁରୁର-କଟକ ହାଇୱେ କାମ ଏ ଯାଏ ସରିନି । ୯ ବର୍ଷ ଧରି କାମ ଚାଲିଛି । କେବେ ସରିବ ଜଣାନାହିଁ । ଏହା ମରଣଯନ୍ତା ପାଲଟିଛି । ୪୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ଏହି ରାସ୍ତାରେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମ୍ବଲପୁରର ହୋଇ ମଧ୍ୟ ଏ ଦିଗରେ ମୁହଁ ଖୋଲୁ ନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରୋହିତ ।
ଏପଟେ ରୋହିତଙ୍କୁ ଜବାବ ଦେଇ ଜୟ ନାରାୟଣ କହିଛନ୍ତି, ସେ ଝାରସୁଗୁଡ଼ାରେ କୋଇଲା ପରସେଣ୍ଟଜ କେମିତି ମିଳିବ ତାର ଚିନ୍ତା କରନ୍ତୁ । ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଛନ୍ତି ନଭେମ୍ବର ସୁଦ୍ଧା ୱାନ ସାଇଡ଼ ରୋଡ଼ ହେଇଯିବ । ସେ ବୈଠକରେ ନିଜେ ରୋହିତ ପୂଜାରୀ ଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ କଣ୍ଟାକଟରଙ୍କୁ ଡାକି ବୈଠକରେ ସବୁକିଛି ସମାଧାନ କରିଛନ୍ତି । ପୁରୁଣା କଣ୍ଟ୍ରାକ୍ଟର ମନା କରିବା ପରେ ନୂଆ କଣ୍ଟ୍ରାକ୍ଟର କେମିତି ମିଳିବ ତାର ବି ବ୍ୟବସ୍ଥା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆମେ ତାଙ୍କ ଭଳି କଥା କହୁନା, କାମରେ କରି କି ଦେଖାଉ ବୋଲି କହିଛନ୍ତି ଜୟନାରାୟଣ ।
Comments are closed.