ନୂଆଦିଲ୍ଲୀ: ବଢିବ ଓଡ଼ିଶାର ହଳଦୀ ମୂଲ୍ୟ । ୨୦୩୦ ସୁଦ୍ଧା ଭାରତର ହଳଦୀ ରପ୍ତାନୀର ମୂଲ୍ୟ ଏକ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ। ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଜାତୀୟ ହଳଦୀ ବୋର୍ଡ ଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବିକାଶ ତଥା ଅଭିବୃଦ୍ଧି ସମ୍ପର୍କରେ କାମ କରିବ ।
ହଳଦୀ ସମ୍ବନ୍ଧୀୟ ବିଷୟରେ ଏହି ବୋର୍ଡ ନେତୃତ୍ୱ ଭୂମିକା ନେବ । ଏହା ଦେଶରା ଜାତୀୟ ମସଲା ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରି ହଳଦୀ ଓ ଏହାର ବିଭିନ୍ନ ସାମଗ୍ରୀର ବ୍ୟବହାର ତଥା ବିକ୍ରିବଟାକୁ ବଢାଇବାକୁ କାମ କରିବ । ଲୋକେ ଅଧିକ ସ୍ୱାସ୍ଥ୍ୟ ସଚେତନ ହେବା ସହିତ ପ୍ରାକୃତିକ ବ୍ୟାଧି ନିରୋଧକ ହଳଦୀର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । ଫଳରେ ଆନ୍ତର୍ଜାତିକ ସ୍ତରରେ ହଳଦୀର ଗୁରୁତ୍ୱ ବଢିଛି । ତେଣୁ ଉଭୟ ଦେଶ ଓ ବିଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବ୍ୟବହାର ତଥା ଏ ସଂକ୍ରାନ୍ତ ସଚେତନତା ବୃଦ୍ଧି ଦିଗରେ ଏହି ତୀୟ ବୋର୍ଡ କାମ କରିବ ବୋଲି ଗତକାଲି ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ।
ନିର୍ଦ୍ଦିଷ୍ଟ ଭାବେ ଏହି ବୋର୍ଡ ହଳଦୀ ଚାଷୀଙ୍କ ଦକ୍ଷତା ବିକାଶ ଓ ହଳଦୀର ଉତ୍ପାଦନ ବୃଦ୍ଧି ଉପରେ ସ୍ୱତନ୍ତ୍ର ଧ୍ୟାନ ହେବ । ଜାତୀୟ ହଳଦୀ ବୋର୍ଡ ହଳଦୀ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ । ହଳଦୀ ଚାଷୀ ଚାଷ ଜମି ନିକଟରେ ଯେପରି ଉତ୍ତମ ପ୍ରକ୍ରିୟାକରଣ ସୁବିଧା ପାଇବେ ଓ ସେମାନଙ୍କ ଉତ୍ପାଦ ଗୁଣମାନ ଦୃଷ୍ଟିରୁ ଉତ୍କୃଷ୍ଟ ତଥା ରପ୍ତାନୀ ଉପଯୋଗୀ ହେବ ସେ ଦିଗରେ ବୋର୍ଡ ବିଭିନ୍ନ ପଦକ୍ଷେପ ନେବ । ଏହି ବୋର୍ଡ ହଳଦୀ ଓ ଏହାର ବିଭିନ୍ନ ଉତ୍ପାଦନର ଗବେଷଣା, ଉନ୍ନୟନ, ବଜାର ବିକାଶ , ବିକ୍ରିବଟା, ବ୍ୟବହାର ବୃଦ୍ଧି, ମୂଲ୍ୟ ମିଶ୍ରଣ, ବ୍ୟବସାୟ ତଥା ରପ୍ତାନୀ କ୍ଷେତ୍ରରେ କାମ କରିବ । ବିଶେଷକରି ବିଦେଶକୁ ଅଧିକ ପରିମାଣର ଉତ୍କୃଷ୍ଟ ହଳଦୀ ଏବଂ ହଳଦୀଜାତ ସାମଗ୍ରୀ ରପ୍ତାନୀ କରି ଭାରତ ତାହାର ଅଗ୍ରଣୀ ସ୍ଥିତିକୁ ଆହୁରି ଯେପରି ସୁଦୃଢ କରିପାରିବ ସେ ଦିଗରେ ଏହି ବୋର୍ଡ ଉଦ୍ୟମ ଜାରି ରଖିବ ।
ଏହି ବୋର୍ଡର ଜଣେ ଅଧ୍ୟକ୍ଷ ରହିବେ ଓ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ହେବେ । ଏହାର ସଦସ୍ୟଭାବେ ଆୟୁଷ, ଭେଷଜ, କୃଷି ଓ କୃଷକ କଲ୍ୟାଣ, ବାଣିଜ୍ୟ ଓ ଶିଳ୍ପ ବିଭାଗର ପ୍ରତିନିଧିମାନେ ନିଯୁକ୍ତି ପାଇବେ । ଏହି ସଭ୍ୟମାନେ ପାଳି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରୁ ବୋର୍ଡକୁ ମନୋନୀତ ହେବେ । ଆବଶ୍ୟକସ୍ଥଳେ ହଳଦୀ ଚାଷ, ଗବେଷଶା, ବ୍ୟବସାୟ ଓ ରପ୍ତାନୀ କ୍ଷେତ୍ରରେ ପ୍ରତିନିଧିମାନଙ୍କୁ ମଧ୍ୟ ବୋର୍ଡର ସଦସ୍ୟଭାବେ ଗ୍ରହଣ କରାଯିବ । ବୋର୍ଡର ସଚିବ ନିଯୁକ୍ତି କାର୍ଯ୍ୟ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ କରିବ ।
ନବଗଠିତ ହଳଦୀ ବୋର୍ଡ ତାହାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ୨୦୩୦ସୁଦ୍ଧା ଭାରତରୁ ଏକ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ହଳଦୀ ଓ ହଳଦୀଜାତ ସାମଗ୍ରୀ ରପ୍ତାନୀ କରିବାକୁ ଆଶା ରଖିଛି ।
Comments are closed.