ସୁବର୍ଣ୍ଣପୁର: ରାସ୍ତା ମଝିରେ ଜଳୁଥିଲା କାର । ହୁତ ହୁତ ହୋଇ ଜଳୁଥିଲା । ଭିତରେ ଥିଲେ ଡ୍ରାଇଭର । ସମସ୍ତଙ୍କ ଆଖି ଭୟରେ ବନ୍ଦ ହୋଇ ଯାଇଥିଲା । ତେବେ ଭଗବାନଙ୍କ ଦୟା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଚାଳକ। ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲାରେ ।
ସୁବର୍ଣ୍ଣପୁର ଜିଲ୍ଲା ବୁରଡ଼ା ଅର୍ଜୁନପୁର ରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ମଝି ରାସ୍ତାରେ କାରଟି ଜଳୁଥିବା ଦେଖିବାକୁ ମିଳିଥିଲା । ଆଜି ବୁରଡ଼ା ପଟରୁ ଓଡ଼ି31 k 5341 ଗାଡିଟି ଆସୁଥିବା ବେଳେ ଅଚାନକ ଗାଡି ବନେଟ ରୁ ନିଆଁ ବାହାରିଥିଲା । ଗାଡ଼ିରୁ ଧୂଆଁ ବାହାରୁଥିବା ଦେଖି ଚାଳକ ଗାଡିକୁ ଅଟକାଇ ଗାଡ଼ିରୁ ବାହାରି ଆସିଥିଲେ ।
ଡ୍ରାଇଭର ଗାଡିରୁ ଓହ୍ଲାଇବା କ୍ଷଣି ଗାଡି ହୁତ ହୁତ ଜଳି ଉଠିଥିଲା । ଗାଡିଟି ଚାଳକ ଚାହିଁ ରହିଥିଲେ । ତାଙ୍କ ଆଖି ସାମ୍ନାରେ କାରଟି ସମ୍ପୂର୍ଣ ପୋଡି ପାଉଁଶ ହୋଇ ଯାଇଥିଲା । ଯାହା ବି ହେଉ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
Comments are closed.