ନୂଆଦିଲ୍ଲୀ: ହାଙ୍ଗଝୋଉ ଏସିଆନ ଗେମ୍ସରେ ଭାରତ ପ୍ରଥମ ଥର ପାଇଁ ୧୦୦ ପଦକ ଜିତିବ ବୋଲି ଆଶା ବ୍ୟକ୍ତ କରାଯାଇଥିଲା । ଗୁରୁବାର ସୁଦ୍ଧା ଭାରତ ୮୬ ପଦକ ଜିତି ଏହି ସମ୍ଭାବନାକୁ ଆହୁରି ମଜଭୁତ କରିଛି । ହାତରେ ଆଉ ୨ ଦିନ ଥିବା ବେଳେ ଭାରତକୁ ୧୪ ପଦକ ଜିତିବାକୁ ପଡିବ । ଇତି ମଧ୍ୟରେ ଭାରତୀୟ ଆଥଲେଟ କେତେକ ବିଭାଗରେ ପଦକ ସୁନିଶ୍ଚିତ କରି ସାରିଛନ୍ତି । ମହିଳା ହକି ଟିମ ସେମିଫାଇନାଲରେ ଚୀନ ନିକଟରୁ ହାରିଥିଲେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ ଆଶା ରହିଛି । ବ୍ୟାଡମିଂଟନ ପୁରୁଷ ଡବଲ୍ସରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
ତୀରନ୍ଦାଜରେ ୩ଟି , ବ୍ୟାଡମିଂଟନରେ ୨ଟି ଓ ପୁରୁଷ ହକିରେ ଗୋଟିଏ ପଦକ ନିଶ୍ଚିତ ହୋଇସାରିଛି । ଏହା ବ୍ୟତୀତ ପୁରୁଷ କ୍ରିକେଟରେ ବାଂଲାଦେଶକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିବା ସମ୍ଭାବନା ଅଧିକ ରହିଛି । କବାଡି ଟିମ ନିକଟରୁ ୨ଟି, ରେସଲିଂରୁ ୪ କିମ୍ବା ୫, ଚେସ ଓ ବ୍ରିଜ ଟିମ ନିକଟରୁ ପଦକ ସମ୍ଭାବନା ରହିଛି । ଆଗାମୀ ୨ ଦିନ ଭାରତୀୟ କ୍ରୀଡାପ୍ରେମୀ ନିଶ୍ଚିତ ଭାବେ ଏସିଆନ ଗେମ୍ସରେ ପଦକରେ ଭାରତର ଶତକ ପୂର୍ଣ୍ଣ ହେବା ଦେଖିବେ ବୋଲି ଆଶା କରାଯାଉଛି ।
Comments are closed.