ନୂଆଦିଲ୍ଲୀ: ଏକ ଦଶନ୍ଧିରୁ ଅଧିକ ସମୟ ଧରି ଯୁଦ୍ଧର ସମ୍ମୁଖୀନ ହେଉଛି ସିରିଆ । ଗତକାଲି ପୁଣି ଏକ ବଡ ଆକ୍ରମଣର ଶିକାର ହୋଇଛି । ଯେଉଁଥିରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବାବେଳେ ୧୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସିରିଆ ପ୍ରତିରକ୍ଷା ମନ୍ତ୍ରୀ ସାମରିକ ସମାରୋହରୁ ବିଦାୟ ନେବାର କିଛି ସମୟ ପରେ ଡ୍ରୋନ୍ ଦ୍ୱାରା ବୋମା ବର୍ଷା ଆରମ୍ଭ ହୋଇଥିଲା। ନିକଟ ଅତୀତରେ ସିରିଆ ସେନା ଉପରେ ହୋଇଥିବା ଏହା ସବୁଠାରୁ ମାରାତ୍ମକ ଆକ୍ରମଣ।
ଗତ ୧୩ ବର୍ଷ ଧରି ସିରିଆରେ ଏହି ବିବାଦ ଚାଲିଛି। ଆହତମାନଙ୍କ ମଧ୍ୟରେ ଉଭୟ ସାଧାରଣ ନାଗରିକ ଏବଂ ସାମରିକ କର୍ମଚାରୀ ସାମିଲ ଅଛନ୍ତି। ଅଲ-ଅଟାସୀ କହିଛନ୍ତି ଯେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଥିବାବେଳେ ସିରିଆର ହୋମ୍ସ ସହରରେ ଥିବା ବିଭିନ୍ନ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଉଛି । କେନ୍ଦ୍ରୀୟ ସିରିଆର ହୋମ୍ସ ସହରରେ “ସଶସ୍ତ୍ର ଆତଙ୍କବାଦୀ ସଂଗଠନ” ସାମରିକ ଏକାଡେମୀ ଅଧିକାରୀଙ୍କ ପାଇଁ ସ୍ନାତକୋତ୍ତର ସମାରୋହକୁ ଟାର୍ଗେଟ କରିଛି ବୋଲି ସରକାରୀ ସମ୍ବାଦ ଏଜେନ୍ସି ସାନା କହିଛି । ସେପଟେ ଏହି ଘଟଣାକୁ ନେଇ ଆଜିଠାରୁ ସିରିଆରେ ସରକାର ତିନି ଦିନିଆ ଶୋକ ଘୋଷଣା କରିଛନ୍ତି।
Comments are closed.