Latest Odisha News

BREAKING NEWS

ଉଲଗ୍ନ ହୋଇ ବୁଲୁଥିବା ଦୁଇ ମହିଳା ସମ୍ପର୍କରେ ମା’-ଝିଅ: ସୁସ୍ଥ ହେବା ପରେ ବଖାଣିଲେ ଲୋମଟାଙ୍କୁରା ଅନୁଭୂତି

ସୁନ୍ଦରଗଡ: ସୁନ୍ଦରଗଡ ସହରରେ ଉଲଗ୍ନ ହୋଇ ବୁଲୁଥିବା ଦୁଇ ମହିଳା ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ପ୍ରକୃତିସ୍ଥ ହୋଇଛନ୍ତି । ଜଣେ ମହିଳା ଖଣ୍ଡିଖଣ୍ଡି ଭାଷାରେ ନିଜର ପରିଚୟ କହିଛନ୍ତି । ଖାଲି ପରିଚୟ କହିନାହାନ୍ତି, ସେମାନଙ୍କ ସହ ଘଟିଥିବା ଲୋମ ଟାଙ୍କୁରା କାହାଣୀ କହିଛନ୍ତି ।

ଏହି ଦୁଇ ଯୁବତୀ ସୁନ୍ଦରଗଡ ସହରରେ ନିବସ୍ତ୍ର ହୋଇ ବୁଲୁଥିଲେ । ବିଜେପି ବିଧାୟିକା କୁସୁମ ଟେଟେ ସେମାନଙ୍କୁ ଉତ୍ତରୀୟ ପିନ୍ଧାଇ ଆସ୍ଥାଗୃହରେ ଛାଡିଥିଲେ । ସେମାନଙ୍କୁ ଦେଖିବା ପରେ ସେମାନେ ମାନସିକ ଭାରସାମ୍ୟ ହରାଇଥିବା ପରି ଲାଗୁଥିଲା । ହେଲେ ଏବେ ଏହି ମହିଳା ଜଣକ ବଖାଣିଛନ୍ତି ନିଜ ଅଙ୍ଗେନିଭା ନିର୍ଯାତନାର କାହାଣୀ ।

ଦୁଇ ମହିଳା ସମ୍ପର୍କରେ ମା’-ଝିଅ ହେବେ । ଏମାନଙ୍କ ଘର ଝାରଖଣ୍ଡରେ । ଦୁଇ ଝିଅଙ୍କୁ ନେଇ ମହିଳା ଜଣକ ସେଠାରେ ରହୁଥିଲେ । ତାଙ୍କ ଗାଁର ଜଣେ   ଯୁବକ କୁଆଡେ କିଛି ଦିନ ହେବ ମା’ ଓ ଦୁଇଝିଅଙ୍କ ସହ ଦୁଷ୍କର୍ମ କରି ଆସୁଥିଲା । ଏହି ଘଟଣାପରେ ମା’ ଝିଅ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ସେମାନେ ନିଜ ଅଜାଣତରେ ଘର ଛାଡି ପଳାଇ ଆସି ଚାଲିଚାଲି ସୁନ୍ଦରଗଡରେ ପହଛନ୍ତି । ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇ ଏକଥା କହିଛନ୍ତି ଉଦ୍ଧାର ହୋଇଥିବା ମା’ ।

ମା’ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ହେଁ ଝିଅ ଏପର୍ଯ୍ୟନ୍ତ ପ୍ରକୃତିସ୍ଥ ହୋଇ ନାହାନ୍ତି । ଗୁମସୁମ ଅଛନ୍ତି । ସେପଟେ ତାଙ୍କର ଅନ୍ୟ ଜଣେ ଝିଅଙ୍କ ସମ୍ପର୍କରେ ବି ମା’ କିଛି କହିପାରୁ ନାହାନ୍ତି ।

ସୁନ୍ଦରଗଡ ପୋଲିସ ଘଟଣାର ତଦନ୍ତ କରୁଛି । ଆସ୍ଥାଗୃହକୁ ଯାଇ ସେମାନଙ୍କ ପଚରାଉଚରା କରୁଛି ।

Comments are closed.