Latest Odisha News

BREAKING NEWS

ଲାଲକିଲ୍ଲାରେ କରିଥିବା ଘୋଷଣାର କାର୍ଯ୍ୟକାରୀ ନିମନ୍ତେ ସମୀକ୍ଷା ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲାଲ୍ କିଲ୍ଲା ଭାଷଣରେ କରିଥିବା ଘୋଷଣାର ସମୀକ୍ଷା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ, ଆଜି ଏହି ସମୀକ୍ଷା ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ।

ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାଠାରେ ଅଭିଭାଷଣ ଦେଇ ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କର ଗୃହ ପାଇଁ ସୁଲଭ ଋଣ ସୁନିଶ୍ଚିତ କରିବା ବିଷୟରେ ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ  । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ପରିବାର ମାନଙ୍କ ପାଇଁ ସୌର ଶକ୍ତି ସୁନିଶ୍ଚିତ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

‘ସହରରେ ରହୁଥିବା ଦୁର୍ବଳ ଶ୍ରେଣୀର ଲୋକମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ମଧ୍ୟବିତ ପରିବାରର ଲୋକଙ୍କ ପାଇଁ ନିଜସ୍ୱ ଘରଟିଏ କଣିବା ଏକ ସ୍ୱପ୍ନ  ।ଆସନ୍ତା ବର୍ଷରେ ଆମେ ତାଙ୍କ ପାଇଁ ଏକ ନୂଆ ଯୋଜନା ନେଇ ଆସିବୁ । ଯେଉଁ ଲୋକମାନେ ସହରରେ ଭଡା ଘରେ ରହୁଛନ୍ତି କିମ୍ବା ବସ୍ତିରେ ରହୁଛନ୍ତି  ସେମାନେ ଏହି ନୂଆ ଯୋଜନା ଦ୍ୱାରା ଉପକୃତ ହେବେ । ଯଦି ସେମାନେ ନିଜର ଘର କିଣିବେ ଆମେ ତାଙ୍କୁ କମ ସୁଧ ହାରରେ ବ୍ୟାଙ୍କ ଋଣ ଯୋଗାଇ ଦେବୁ’ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ`

ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଆଜି ସମୀକ୍ଷା ବୈଠକ ଡାକିଥିଲେ ।

 

Comments are closed.