Latest Odisha News

BREAKING NEWS

ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ

ସମ୍ବଲପୁର: ବୁର୍ଲାସ୍ଥିତ ଭିମସାର ମେଡିକାଲରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ମେଡିକାଲର ଡାଇଲେସିସ୍ ରୁମକୁ ଲାଗିଥିବା ବ୍ୟାଟେରୀ ରୁମରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଫଳରେ ସେଠାରେ ଥିବା ସମସ୍ତ ବୈଦ୍ୟୁତିକ ଉପକରଣ ପୋଡି ଯାଇଥିଲା । ପରେ ବ୍ୟାଟେରୀ ରୁମରୁ ନିର୍ଗତ ଧୁଆଁ ଡାଇଲେସିସ ରୁମକୁ ବ୍ୟାପିଯାଇଥିଲା । ମାତ୍ର ଡାଇଲେସିସ୍ ରୁମର କୌଣସି କ୍ଷତି ଘଟିନଥିବା ଜଣାପଡିଛି ।

ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା ଚଳାଇଥିଲା ।

ତେବେ ଏଯାବତ୍ ଅଗ୍ନିକାଣ୍ଡର ସଠିକ୍ କାରଣ ସମ୍ପର୍କରେ ଜଣାପଡିନଥିବା ବେଳେ ରୁମ୍ ମଧ୍ୟରେ ରହିଥିବା ଏସି ସର୍ଟସର୍କିଟ୍ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଗ୍ନିଶମ କର୍ମଚାରୀମାନେ ଅନୁମାନ କରିଛନ୍ତି ।

Leave A Reply

Your email address will not be published.