Latest Odisha News

BREAKING NEWS

ଗୁଗୁଲ୍ ଆପରେ ସ୍ଥାନ ପାଇବ ‘ଓଡିଆ ଭାଷା’

ଭୁବନେଶ୍ୱର: ଦେଶର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲରେ ସ୍ଥାନ ପାଇବାକୁ ଯାଉଛି ଓଡିଆ ଭାଷା । ନିଜ ପ୍ଲାଟଫର୍ମରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଯାଇ ‘ଗୁଗୁଲ୍ ଡିସ୍କଭର୍’ରେ ଏହି ଶାସ୍ତ୍ରୀୟ ତଥା ଆଞ୍ଚଳିକ ଭାଷାକୁ ସାମିଲ କରିବାକୁ ଯାଉଛି ।

ପୂର୍ବରୁ ତାମିଲ, ତେଲୁଗୁ, ବଙ୍ଗଳା, ଗୁଜୁରାଟୀ, ମରାଠୀ, କନ୍ନଡ ଓ ମାଲାୟଲମ୍ ଭାଷା ଗୁଗୁଲ୍ ଆପ୍ଲିକେସନରେ ସ୍ଥାନ ପାଇଥିଲା । ଏବେ ଓଡିଆ ସହ ଉର୍ଦ୍ଦୂ ଓ ପଞ୍ଜାବୀ ଭାଷା ମଧ୍ୟ ସାମିଲ ହେବ ।

ଅନ୍ୟସବୁ ଆପ୍ଲିକେସନ୍ ମଧ୍ୟରେ ଗୁଗୁଲ୍ ଲେନ୍ସ ଓ ଗୁଗୁଲ୍ ବୋଲୋ ଆଦି ଆପ୍ଲିକେସନ୍ ରହିଛି ।

ଏହି ଗୁଗୁଲ୍ ଲେନ୍ସରେ ଓଡିଆ ଉପଲବ୍ଧ ହେଲେ ଓଡିଆ ମାନେ ବିଭିନ୍ନ ଭାଷାକୁ ଅନୁବାଦ କରିବା ସହ ବହୁ ସୂଚନାକୁ ସହଜରେ ବୁଝିପାରିବେ । ସେହିଭଳି ଗୁଗୁଲ୍ ବୋଲୋ ଆପ୍ କାହାଣୀ ଶୁଣାଇବାର କାମ କରୁଥିବା ବେଳେ ‘ରିଡର ଆପ’ କୁନି କୁନି ପିଲାଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଖାସକରି ଧିରେଧିରେ ହଜିଯାଉଥିବା ଓଡିଆ ଆଇମା’ କାହାଣୀ ଏଥିରେ ସ୍ଥାନ ପାଇଲେ ଆଗାମୀ ପିଢି ମଧ୍ୟ ସେସବୁ ସମ୍ପର୍କରେ ଅବଗତ ହୋଇପାରିବେ । ଏପରିକି ଓଡିଆ ୟୁଜରର୍ସ ମାନଙ୍କୁ ଏହା ଅଧିକ ସୁବିଧା ପ୍ରଦାନ କରିବ ।

Leave A Reply

Your email address will not be published.