Latest Odisha News

BREAKING NEWS

ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର: ଦୀର୍ଘ ଦିନ ଧରି ଡେଙ୍ଗୁରେ ଥିଲେ ପୀଡିତ

ଭୁବନେଶ୍ବର: ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର । ୮୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି  । ଦୀର୍ଘ ଦିନ ଧରି ସେ ଡେଙ୍ଗୁରେ ପୀଡିତ ଥିବାବେଳେ ଆଜି ସକାଳ ୭ଟା ୨୨ ମିନିଟରେ ତାଙ୍କର ଦେହାନ୍ତ ଘଟିଛି । ୧୯୫୯ ବ୍ୟାଚର ଆଇପିଏସ୍ ଅଫିସର ଥିଲେ ଡିଜିପି ଶରତ ଚନ୍ଦ୍ର ମିଶ୍ର । ସ୍ବର୍ଗତ ମିଶ୍ର ପିଲାଦିନୁ ବହୁ ମେଧାବୀ ଥିଲେ। ସେ ଓଡ଼ିଶାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଓ ‘ର’ରେ ରହି ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଥିଲେ  ।

ଅବସର ପରେ ସାହିତ୍ୟ ରଚନା ସହ ବିଭିନ୍ନ ପତ୍ର ପତ୍ରିକାରେ ସ୍ତମ୍ଭ ମଧ୍ୟ ଲେଖୁଥିଲେ  । ସାହିତ୍ୟକୃତି ପାଇଁ ଶ୍ରୀ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରରେ ପୁରସ୍କୃତ ହୋଇଥିଲେ ।  ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।   ଅପରାହ୍ଣରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ରହିଛି ।

Comments are closed.