Latest Odisha News

BREAKING NEWS

ବିଗ୍ ବି ଙ୍କୁ ୮୦ ଡ଼େଇଁବ , ଲୋକଙ୍କ ଭଲପାଇବା ଦେଖି କାନ୍ଦି ପକାଇଲେ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ବୁଧବାର ଅର୍ଥାତ୍ ଅକ୍ଟୋବର ୧୧ ତାରିଖରେ ୮୦ ଡ଼େଇଁବ । ସେ ପାଳନ କରିବାକୁ ଯାଉଛନ୍ତି ତାଙ୍କ ୮୧ ତମ ଜନ୍ମ ଦିବସ । ଏହି ଅବସରରେ ଟେଲିଭିଜନ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ର କମିଂ ଏପିସୋଡରେ ଏହି ବିଶେଷ ଦିନକୁ ପାଳନ କରାଯାଇଛି । ତେବେ ଏହି ସେଲିବ୍ରେଶନ ବିଗ ବିଙ୍କ ପାଇଁ ଏକ ସରପ୍ରାଇଜ ଥିବା କୁହାଯାଇଛି । ଏହା ବ୍ୟତୀତ ଆଜିର ଦିନକୁ ସାରା ଭାରତରେ ତାଙ୍କ ପ୍ରଶଂସକମାନେ ପାଳନ କରୁଛନ୍ତି । ଏହାର ଏକ ପ୍ରୋମୋ ଏବେ ଦେଖିବାକୁ ମିଳିଛି । ଯେଉଁଥିରେ ବିଗ ବି ଖୁବ ଇମୋଶନାଲ ହୋଇଯାଇଥିବା ଦେଖାଯାଇଛି ।

ଏକ କ୍ଲିପରେ ଅମିତାଭ କହୁଛନ୍ତି, ଆଉ କେତେ କନ୍ଦାଇବେ ଆପଣମାନେ । ମୁଁ କଣ୍ଟେଷ୍ଟାଣ୍ଡଙ୍କୁ ଟିସୁ ଦେଉଥିବା ବେଳେ ଅବ ମେରି ବାରି ଆ ଗୟି । ଏହାସହ ଲୋକଙ୍କ ଭଲ ପାଇବା ଦେଖି ସେ କାନ୍ଦି ପକାଇଛନ୍ତି । ସେ ନିଜ ଆଖିର ଲୁହ ପୋଛିଛନ୍ତି । ଏହି ସେଲିବ୍ରେଶନ ପାଇଁ କେବିସି ଟିମକୁ ଧନ୍ୟବାଦ ଦେଇଛନ୍ତି ।

ସୂଚନାଯୋଗ୍ୟ, ୧୯୪୨ ଅକ୍ଟୋବର ୧୧ ରେ ଜନ୍ମ ଗ୍ରହଣ କରିଥିଲେ ଅମିତାଭ ବଚ୍ଚନ । ବହୁ ସଂଘର୍ଷ ପରେ ଆଜି ବଲିଉଡ ଦୁନିଆର ଶେହନଶାହା ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । କେବଳ ଦେଶ କାହିଁକି ବିଦେଶରେ ବି ରହିଛନ୍ତି ଅମିତାଭଙ୍କର ଅନେକ ପ୍ରଶଂସକ । ପ୍ରଥମେ ରିଜେକଶନର ସାମ୍ନା କରିଥିବା ବିଗ ବି କିନ୍ତୁ ପରବର୍ତ୍ତି ସମୟରେ ପାଲଟି ଯାଇଛନ୍ତି ବଲିଉଡର ମହାନାୟକ । ଗୋଟିଏ ପରେ ଗୋଟିଏ ହିଟ୍ ମୁଭି ଭେଟିଦେଇ ସେ ଦର୍ଶକଙ୍କ ମନରେ ଘର କରି ନେଇଛନ୍ତି ।

Comments are closed.