ବଲାଙ୍ଗୀର: କଣ୍ଟାବାଞ୍ଜିରେ ଥିବା ଏକ ଲୁଗା ଦୋକାନ ଡିଲରଙ୍କ ଘରେ ବୁଧବାର ଜିଏସଟି ଅଧିକାରୀଙ୍କ ଟିମ୍ ଚଢ଼ଉ କରିଛନ୍ତି। ଟିକସ ଫାଙ୍କି ଅଭିଯୋଗରେ ବଲାଙ୍ଗୀର ଜିଏସଟି ଡେପୁଟି କମିସନର କିଶୋର ଚନ୍ଦ୍ର ମେହେରଙ୍କ ନେତୃତ୍ୱରେ କଣ୍ଟାବାଞ୍ଜିର 9 ନମ୍ବର ଓ୍ୱାର୍ଡରେ ଥିବା ରୋହିତ ଖୁଆଡ଼ର ଖୁଆଡ଼ ଲୁଗା ଦୋକାନ ଉପରେ ଏହି ଟିମ୍ ଚଢ଼ଉ କରିଥିବା ଜଣାପଡ଼ିଛି।
କିଶୋର ମେହେର କହିଛନ୍ତି ଯେ, ଏହି ଟିମର ସଦସ୍ୟମାନେ ଲୁଗା ଦୋକାନ ଓ ଏହାର ଗୋଦାମରେ ଥିବା ଷ୍ଟକ୍ ଯାଞ୍ଚ କରିବା ସହ କାରବାର ସମ୍ପର୍କରେ ସବିଶେଷ ତଥ୍ୟ ଓ କେତେକ କାଗଜ ପତ୍ର ସଂଗ୍ରହ କରିଛନ୍ତି। ଓଡ଼ିଶାରେ ସିଟି ଓ ଜିଏସଟି କମିସନରଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗୀରରୁ ଆସିଥିବା ଆଠ ଜଣିଆ ଅଧିକାରୀ ଦଳ ସ୍ଥାନୀୟ ପୁଲିସ ସହ ଉକ୍ତ କପଡା ଗୋଦାମ ଉପରେ ଚଢ଼ଉ କରିଥିବା ସେ କହିଛନ୍ତି।
ଟିକସ ଫାଙ୍କିବା ଅଭିଯୋଗରେ ସେମାନଙ୍କ ଷ୍ଟକ୍ ଯାଞ୍ଚ କରିବା ସହ ସେମାନଙ୍କ କାରବାର ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଏହି ଚଢ଼ଉ କରାଯାଇଥିଲା। ଜିଏସଟି ପୈଠରେ ଅନିୟମିତତା ହେଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
Comments are closed.