ପୁରୀ: ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ସଭାପତି ଛବିନ୍ଦ୍ର ପଢ଼ିଆରୀଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’। ବିଜେଡ଼ି/ବିଜେପିର ପ୍ରତିଶ୍ରୁତି ଓ ପ୍ରତାରଣା, କୃଷି ଓ କୃଷକଙ୍କ ସମସ୍ୟା, ବେକାର ଯୁବକ ଓ ଯୁବତୀଙ୍କ ନିଯୁକ୍ତି ସମସ୍ୟା, ବିପର୍ଯ୍ୟୟ ସ୍ଵାସ୍ଥ୍ୟ ବ୍ୟବସ୍ଥା, ବସ୍ତି ବାସିନ୍ଦା ଓ ଗରିବ ବାସହୀନଙ୍କ ସମସ୍ୟା, ବିଜେଡ଼ି ସରକାରରେ ୨୩ବର୍ଷ ମହାଦୁର୍ନୀତିର ଚିଠା ଓ କଂଗ୍ରେସ ଶାସନ ସମୟର ଓଡିଶା ପ୍ରତି ଅବଦାନକୁ ନେଇ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି।
ଏହି ପଦଯାତ୍ରାରେ କଂଗ୍ରେସ ନେତା ଓ କର୍ମୀମାନେ ଘର ଘର ବୁଲି ବିଜେଡ଼ି ଓ ବିଜେପି ମିଳିତ ସରକାରର ନିର୍ବାଚନ ଇସ୍ତାହାର କିଭଳି ପ୍ରତାରଣାରେ ପରିଣତ ହେଲା ଯାହା ଫଳରେ ଅହେତୁକ ଦରଦାମ ବୃଦ୍ଧି ସହ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ଆଦି ସମସ୍ତ ବିଷୟ ଘର ଘର ବୁଲି କଂଗ୍ରେସ ଦଳର ଏକ ଲିଫ୍ଟଲେଟ ମାଧ୍ୟମରେ ପ୍ରଚାର କରାଯାଇ ଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଜଇ ନାରାୟଣ ପଟ୍ଟନାୟକ, ବିନାୟକ ଦାସ ମହାପାତ୍ର, ବିଦ୍ୟୁତ୍ ଲତା ଆଚାର୍ଯ୍ୟ, ଜିଲ୍ଲା ଉପ ସଭାପତି ନିରଞ୍ଜନ ରଥ, ଜିଲ୍ଲା ମୁଖପାତ୍ର ସ୍ଵାଧୀନ କୁମାର ପଣ୍ଡା, ଅମରେନ୍ଦ୍ର ପାଇକରାଇ, ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ଛାତ୍ର କଂଗ୍ରେସ କାର୍ଯ୍ୟକାରୀ ସଭାପତି ରିସାନ ଦାଶ, ବିକ୍ରମ ପ୍ରଧାନ, ରାହୁଲ ନାୟକ, ସୋମନାଥ ସିଂ, ରୋଶନ ସାହା, ଅଭିଜିତ ସାମନ୍ତରାୟ, ସୁଭାଶିଷ ପାତ୍ରୀ, ଗୌରବ ପ୍ରଧାନ, ରାଜା ଦାଶ, ଅନୁକ୍ତା ଆକାଶ, ସାଇ ଜଗତ୍ ଜ୍ୟୋତି ଆଦି କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସୁକାନ୍ତ ପ୍ରଧାନ ସଂଯୋଜନା କରିଥିଲେ।
Comments are closed.