ରୁଣ କୁମାର ମିଶ୍ର
କୁନି କୁନି ଗୋଡ଼ ଦୁଇ
ଟିକି ଥଣ୍ଟ ତା’ ର ,
ମାଟିଆ ଶରୀରେ ଶୋହେ
ଧଳା ଧଳା ଗାର ।
ଦିଶେ କେଡ଼େ ଶୋଭାବନ୍ତ
ସେ ଟିକି ଚଢ଼େଇ ,
ଘରଚଟିଆ ନାମରେ
ଚିହ୍ନା ପରା ସେହି ।
ଘର ଚାଳ ସନ୍ଧିରେ ସେ
ବସା ଥାଏ କରି ,
ସକାଳ ହୋଇଲେ ଉଡ଼ି
ଯାଏ ଫୁର୍ କରି ।
କିଚିରି ମିଚିରି କରି
କେତେ କଥା କହେ ,
ଘର ଲୋକଙ୍କୁ ଦେଖିଲେ
ଖୁସିରେ ସେ ଡିଏଁ ।
କୁନି କୁନି ପୋକ ଖୁଣ୍ଟି
ଖାଏ ସେ ଥଣ୍ଟରେ ,
କୁନି ଡେଣା ଝାଡ଼ି ଦେଇ
ବସଇ ଗଛରେ ।
ଝଡ଼ି ବରଷାରେ କାହିଁ
କୁଆଡ଼େ ନଯାଇ ,
ବସାରୁ ବାହାରି ପୁଣି
ବସାରେ ପଶଇ ।
ଟିକି ଟିକି କୁଟା କାଠି
ଥଣ୍ଟରେ ସେ ଆଣି ,
ଚାଳ ସନ୍ଧିରେ ଗୁଞ୍ଜିକି
ବସା ନିରିମାଣି ।
ଚାଳ ଘର ଆଉ ନାହିଁ
କଂକ୍ରିଟ ଜଙ୍ଗଲ ,
ଘରଚଟିଆଙ୍କ ସଂଖ୍ଯା
କମେ ନିରନ୍ତର ।
ଆଉ କିଛି ଦିନ ପରେ
ଫଟୋରେ ପାଇବା ,
ଘରଚଟିଆ ଚଢ଼େଇ
ବଂଶ ହେଲା ପଦା ।
ଆସ ଭାଇ ଲଗାଇବା
ଗଛ ଚାରିଆଡ଼େ ,
ଜଙ୍ଗଲ ବଢ଼ିଲେ ପକ୍ଷୀ
ବଢ଼ିବେ ସେଠାରେ ।
ଆମେ ପାଇବା ବିଶୁଦ୍ଧ
ବାୟୁ ଅମ୍ଳଜାନ ,
ପରିବେଶର ସୁରକ୍ଷା
ହୋଇବ ତ ଜାଣ ।
ଘରଚଟିଆ ସହିତ
ଅନ୍ଯ ବହୁ ପକ୍ଷୀ
ରହିବେ ଆମ ସହିତ
ଦୁଃଖ ସୁଖ ବାଣ୍ଟି।
ଖଣ୍ଡଗିରି ,ଭୁବନେଶ୍ବର
Comments are closed.