Latest Odisha News

ଗର୍ବା ଗୀତ ଲେଖି ଚର୍ଚ୍ଚାରେ ପିଏମ୍ ମୋଦି, ନବରାତ୍ରୀରେ ହେଲା ରିଲିଜ୍

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା  ପିଏମ ମୋଦୀଙ୍କର ଲୁକ୍କାୟିତ ପ୍ରତିଭା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରୀ ପୂର୍ବ ରୁ ଏକ ଗର୍ବା ଗୀତ ଲେଖିଥିଲେ । ଯାହାକି ଆଜି ରିଲିଜ୍ ହୋଇଛି  । ୟୁଟ୍ୟୁବରେ ମୁକ୍ତିଲାଭ ହୋଇଥିବା ଏହି ଗୀତଟିକୁ ସମସ୍ତେ ପସନ୍ଦ କରୁଛନ୍ତି  ।  ସୋସିଆଲ ମିଡିଆରେ ଏହାର  ଭିଡିଓ ଭାଇରାଲ ହେବାରେ ଲାଗିଛି  । ଖୁବ୍ କମ୍ ସମୟ ମଧ୍ୟରେ ଏହା  ବହୁ ଲୋକପ୍ରିୟ ହୋଇପାରିଛି ।ଏହି ଗୀତଟିକୁ ଧ୍ବନୀ ଭାନୁଶାଲି ଗାଇଥିବାବେଳେ ତନିସ୍କ ବାଗଚି ଗୀତ ପାଇଁ ସ୍ବର ଦେଇଛନ୍ତି  । ଗାୟିକା ଧ୍ବନୀ ଭାନୁଶାଲି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏବଂ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଏହାକୁ ଉପସ୍ଥାପନା କରିବାର ସୌଭାଗ୍ୟ ମିଳିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି । ନରେନ୍ଦ୍ର ମୋଦି ଜି ତନିସ୍କ ବାଗଚିଙ୍କ ଦ୍ବାରା ଲିଖିତ ଗର୍ବା ଗୀତଟି ମତେ ଖୁବ୍ ପସନ୍ଦ ଆସିଛି  ।  ଆମେ ଏକ ନୂଆ ସ୍ବର, ଲୟ , ତାଳ ସହ ଗୀତଟିକୁ ପ୍ରସ୍ତୁତ କରିବାକୁ ଚାହୁଁଥିଲୁ। ଯାହା ଏହି ଗୀତ ଏବଂ ଭିଡିଓକୁ ଜୀବନ୍ତ କରିବାରେ ଆମକୁ ସାହାଯ୍ୟ କଲା।ଏହି ଗୀତରେ ନବରାତ୍ରୀ ପର୍ବ ବିଷୟରେ କୁହାଯାଇଛି । ଗୁଜୁରାଟ ସଂସ୍କୃତିର ଗର୍ବ ଏବଂ ଐତିହ୍ୟକୁ ଏହି ଗୀତରେ ନିଖୁଣ ଭାବରେ ପ୍ରଦର୍ଶିତ କରାଯାଇଛି ।

Leave A Reply

Your email address will not be published.