Latest Odisha News

ହମାସର ଟନେଲ ନେଟୱର୍କକୁ ଭେଦ କରିପାରିବ ତ ଇସ୍ରାଏଲ

ନୂଆଦିଲ୍ଲୀ: ନିଶ୍ଚିତ ଭାବେ ଏଥର ଇସ୍ରାଏଲ ଓ ହମାସ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିବ । ଗାଜାର ଉତରରେ ଇସ୍ରାଏଲ ସେନା ପ୍ରବେଶ କରିବା ପାଇଁ ପ୍ରସ୍ତୁତ । ତେବେ ଏହାର ମୁକାବିଲା ପାଇଁ ହମାସ ପ୍ରସ୍ତୁତ ଅଛି ତ ? ରିପୋର୍ଟ ମୁତାବକ ଇସ୍ରାଏଲର ଅତ୍ୟାଧୂନିକ ଟେକ୍ନୋଲୋଜିର ମୁକାବିଲା ହମାସ କରିପାରିବ ନାହିଁ ସ୍ପଷ୍ଟ ଭାବେ ପ୍ରମାଣିତ । ଏହାକୁ ଆଖି ଆଗରେ ରଖି ହମାସ ଗାଜାରେ ଏକ ଟନେଲ ନେଟୱର୍କ ପ୍ରସ୍ତୁତ କରିଛି । ଆଉ ଏହି ଟନେଲର ଜାଲ ପରସ୍ପର ସହିତ ଜଡିତ ଅଛି ।

ଇସ୍ରାଏଲ ସେନା କିପରି ଏହାର ମୁକାବିଲା କରିବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ୨୦୧୪ ପରଠାରୁ ହମାସ ଗୋଷ୍ଠୀ ଏହି ଟନେଲକୁ ମଜଭୁତ କରିବାରେ ଲାଗିଛି । ଶତ୍ରୁ କବଳରେ ଆଖି ପିଛୁଳାକେ ହଜିଯିବା ଏବଂ ପରେ ପାଲଟା ଜବାବର ରଣନୀତି ସେମାନେ ପ୍ରସ୍ତୁତ କରିଛନ୍ତି । ଇସ୍ରାଏଲ ଏହାର ଟନେଲ ନଷ୍ଟ କରି ଦେଇଥିବା କହୁଥିଲେ ମଧ୍ୟ ବାସ୍ତବରେ ୧୦ ପ୍ରତିଶତରୁ କମ ଟନେଲ ନଷ୍ଟ ହୋଇଛି ।

ଏହି ଟନେଲ ମଧ୍ୟରେ ଏକ ଗାଜାର ଆଉ ଏକ ସହର ରହିଛି କହିଲେ ଭୁଲ ହେବନି । ଇସ୍ରାଏଲ ଆଇରନ ଡୋମ ପ୍ରସ୍ତୁତ କରିବା ବେଳେ ଏମାନେ ଷ୍ଟିଲ ଓ ମଜଭୁତ ପଥରରେ ଟନେଲ ନିର୍ମାଣ କରି ଚାଲିଛନ୍ତି । ଇଲେକ୍ଟ୍ରିସିଟି, ମୋବାଇଲ ନେଟୱର୍କ ଏପରି କି ଏହା ମଧ୍ୟରେ ଗମନା ଗମନର ବ୍ୟବସ୍ଥା ରହିଛି । ଉତେଜିତ ହୋଇ ଇସ୍ରାଏଲ ସେନା ଏହା ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କଲେ ଫସିଯିବେ ବୋଲି ସମୀକକ୍ଷମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।

ଛୋଟ ରୋବୋଟ ମାଧ୍ୟମରେ ଡାଟା ସଂଗ୍ରହ କରି ଇସ୍ରାଏଲ ଆଗେଇବା ପାଇଁ ଚେଷ୍ଟା କରୁଛି । ଟନେଲ ଗୁଡିକରେ ବାରୁଦ ରହିଛି । ଆବଶ୍ୟକ ପଡିଲେ ନିଜକୁ ଉଡାଇ ହମାସ ଆତଙ୍କୀ ଅନେକ ଇସ୍ରାଏଲ ସେନାଙ୍କ ଜୀବନ ନେଇପାରନ୍ତି । ପାଶ୍ଚତ୍ୟ ଦେଶର ରଣନୀତି ଓ ପୁରାତନ ଶୈଳୀ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାରେ କିଏ ଜିତୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Comments are closed.