Latest Odisha News

ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ

ସୁନ୍ଦରଗଡ: ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପୁଲିସର ଜଣେ ଅବସରପ୍ରାପ୍ତ ଏଏସ୍ଆଇଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ପୋଲିସ କେସ୍ ରେ ସହାୟତା କରିବା ପାଇଁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏଏସଆଇ ଉଦୟନାଥ ସ୍ୱାଇଁ। ତଦନ୍ତ ପରେ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା।

ଏହି ମାମଲାର ଶୁଣାଣି କରି କୋର୍ଟ ଉଦୟନାଥ ସ୍ୱାଇଁଙ୍କୁ ଦୁର୍ନୀତି ନିବାରଣ ଆଇନ ୧୯୮୮ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବେ ଉଦୟନାଥ ସ୍ୱାଇଁ।

ଏଥିସହିତ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୭ରେ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବେ ଉଦୟନାଥ ସ୍ୱାଇଁ।  ଦୋଷୀ ସାବ୍ୟସ୍ତ ହେବା ପରେ ଉଦୟନାଥ ସ୍ୱାଇଁଙ୍କ ପେନସନ ବନ୍ଦ ପାଇଁ ଓଡ଼ିଶା ଭିଜିଲାନ୍ସ ଏଣିକି ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବ।

Comments are closed.