ଦିଲ୍ଲୀ ବିଜ୍ଞାନ ଭବନରେ ୬୯ତମ ଫିଲ୍ମ ଆଓ୍ବାର୍ଡ: ଅଲ୍ଲୁ ଅର୍ଜୁନ୍ , ଆଲିଆ ଭଟ୍ଟ, ଏବଂ କ୍ରୀତି ସନ୍ନୋନଙ୍କୁ ମିଳିଲା ସମ୍ମାନ, ଓ୍ବାହିଦା ପାଇଲେ ଫାଲକେ
ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଷ୍ପା ଚଳଚିତ୍ର ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କ୍ରୀତି ସନ୍ନୋନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନୀତ କରାଯାଇଛି ।
ଚଳଚିତ୍ର ମିମି ପାଇଁ କ୍ରୀତି ଏବଂ ଗଙ୍ଗୁବାଇ କାଥିଆଓ୍ବାଡ ଫିଲ୍ମ ପାଇଁ ଆଲିଆଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଓ୍ବାହିଦା ରେହମାନ୍ ପାଇଲେ ଦାଦା ସାହେବ୍ ଫାଲକେ ପୁରସ୍କାର । ଭାରତୀୟ ଚଳଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଫାଲକେ ଆଓ୍ବାର୍ଡ । ଚଳଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଫାଲକେ ଆଓ୍ବାର୍ଡ ପ୍ରଦାନ କରାଯାଇଛି ।
Comments are closed.