Latest Odisha News

ବାହାନଗା ଟ୍ରେନ୍ ଟ୍ରାଜେଡି: ନିଲାମ ହେବ ୨୧ ଟ୍ରେନ୍ ବଗି ଓ ଇଞ୍ଜିନ୍

ଭୁବନେଶ୍ଵର: ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଆସିଲା ବଡ଼ ଖବର। ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍। ୨୧ ବଗି ଓ ଇଞ୍ଜିନ୍ ନିଲାମ ପାଇଁ କୋର୍ଟ ଦେଲେ ଅନୁମତି। ନିଲାମ ପାଇଁ ଅନୁମତି ଦେଲେ ଭୁବନେଶ୍ୱର ଏଡିଜେ(୨) କୋର୍ଟ । ଡିଆରଏମଙ୍କ ଆକାଉଣ୍ଟରେ ନିଲାମ ଟଙ୍କା ରଖି କୋର୍ଟକୁ କରିବେ ଅବଗତ।

ସୂଚନାଥାଉ କି, ଗତ ଜୁନ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିଲା ସେଇ ଭୟଙ୍କର ଦୁର୍ଘଟଣା। କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଲୁପ ଲାଇନରେ ଧକ୍କା ଦେଇ ଦ୍ରୁତ ଗତିରେ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସକୁ ଧକ୍କା ଦେଇଥିଲା। ଚାଲି ଯାଇଥିଲା ୨୯୧ ଜୀବନ। ରେଳବାଇ ପକ୍ଷରୁ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବାର ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ ୨୮ ଶବକୁ କେହି ନେବାକୁ ଆସି ନଥିଲେ। ଏହାକୁ ଏମ୍ସରେ ଏକ ସ୍ୱତନ୍ତ୍ର କଣ୍ଟେନରରେ ରଖାଯାଇଥିଲା। ଶେଷରେ ଜୁଇରେ ଜଳିଥିଲା ସମସ୍ତ ଶବ। ଏବେ ୨୧ଟି ଟ୍ରେନ ବଗି ଓ ଇଞ୍ଜିନ୍ ମଧ୍ୟ ନିଲାମ ହେବ।

Comments are closed.