ବଢିଲା ବିଜୟ ଶଙ୍କରଙ୍କ ଅଡୁଆ: ସବ ରେଜିଷ୍ଟ୍ରାରଙ୍କୁ ହାଇକୋର୍ଟଙ୍କ କପି ଦେଲେ ସୋମାଲିକା, ବାହାଘର ଉପରେ ରୋକ ଲଗାଇବାକୁ କଲେ ଆବେଦନ
କଟକ:ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢିଲା । ବିଧାୟକ ବିଜୟ ଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ ବିଜୟଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ହେଉଥିବା ବିବାହକୁ ରୋକିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ବିଜୟଶଙ୍କର ତାଙ୍କୁ ପ୍ରତିରାତି କରିଥିବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରି ମଙ୍ଗଳବାର ହାଇକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି ।
ହାଇକୋର୍ଟରେ ପିଟିସନ ଦାଏର କରିବା ପରେ ଆଜି କଟକ ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚିଥିଲେ । ସବ ରେଜିଷ୍ଟ୍ରାରଙ୍କୁ ଭେଟି ବିଜୟଙ୍କ ବାହାଘରକୁ ଅଟକାଇବା ପାଇଁ କହିଛନ୍ତି । କୋର୍ଟରେ ମାମଲା ଥିବାବେଳେ ବିଧାୟକ କିପରି ଅନ୍ୟଜଣଙ୍କୁ ବିବାହ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ହାଇକୋର୍ଟର ଏକ କପି ମଧ୍ୟ ସବ ରେଜିଷ୍ଟ୍ରାରଙ୍କୁ ଦେଇଛନ୍ତି ସେମାଲିକା ।
ବିଜୟଙ୍କ ବୟସକୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି ସୋମାଲିକା । ସୋମାଲକା କହିଛନ୍ତି, ବିଜୟ ତାଙ୍କୁ ଯେତେବେଳେ ବିବାହ କରିବା ପାଇଁ ଆବେଦନ କରିଥିଲେ ସେତେବେଳେ ତାଙ୍କ ବୟସ ୩୦ ଥିଲା । ଏବେ ବି ସେ ତାଙ୍କ ବୟସ ୩୦ ବୋଲି ଉଲ୍ଲେଖ କରିଛନ୍ତି । ହେଲେ ସବ ରେଜିଷ୍ଟ୍ରାର ତାଙ୍କ ଅଭିଯୋଗ ଶୁଣି ନ ଥିବା ସୋମାଲିକା ଅଭିଯୋଗ କରିଛନ୍ତି ।
ତେବେ ବିଜୟଙ୍କ ବିବାହ ଉପରେ ରୋକ ଲଗାଇବା ପାଇଁ ସେ ସବ ରେଜିଷ୍ଟ୍ରାରଙ୍କ ନିକଟରେ ଦାବି ରଖିଛନ୍ତି । ମାମଲାର ବିଚାର ସରିବା ପରେ ସେ ବିବାହ କଲେ ମୋର କିଛି କହିବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୋମାଲିକା ।
ଏଠି କହିରଖିବୁ, ବିଜେଡି ବିଧାୟକ ବିଜୟ ଶଙ୍କର ସେପ୍ଟେମ୍ବର ୨୧ ତାରିଖରେ ବିବାହ ପାଇଁ କଟକ ସବ ରେଜିଷ୍ଟର ଅଫିସରେ ଆବେଦନ କରିଥିଲେ । ଅକ୍ଟୋବର ୨୧ ମଧ୍ୟରେ ବିବାହ କରିବା ପାଇଁ ସେ ଆବେଦନରେ ଦର୍ଶଇଥିଲେ । ତେବେ ବାନ୍ଧବୀ ସୋମାଲିକାଙ୍କ ସହ ତାଙ୍କର ବିବାଦ ତୁଟି ନ ଥିବାବେଳେ ବିଜୟଶଙ୍କର ଏହି ବିବାହ ଆବେଦନ କରିଥିଲେ । ବିଜୟଙ୍କ ବିବାହ ଆବେଦନ କଥା ଶୁଣିବା ପରେ ସୋମାଲିକା ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ଏପରିକି ବିଜୟଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ମଧ୍ୟ ଆଣିଥିଲେ ।
Comments are closed.