Latest Odisha News

ଆଉ ରୋମାଂଟିକ ଫିଲ୍ମ କରିବେନି ଶାହାରୁଖ ଖାଁ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପ୍ରଶଂସକମାନଙ୍କୁ ଝଟକା ଲାଗିପାରେ । କିଙ୍ଗ ଖାଁ ଏବେ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ଆଗକୁ ଆଉ କୌଣସି ରୋମାଂଟିକ ଫିଲ୍ମ କରିବେ ନାହିଁ । ପିଲାମାନେ ବଡ ହେଲେଣି, ଏଥର ସେମାନେ ରୋମାଂଟିକ ଫିଲ୍ମ କରିବେ । ମୁଁ ଏବେ ମଧ୍ୟ କହୁଛି କରନ ଜୌହର, ଆଦିତ୍ୟ ଚୋପ୍ରା, ୟଶ ଚୋପ୍ରାଙ୍କ ଯୋଗୁ ଷ୍ଟାର ହୋଇଛି । ତେବେ ଆଉ ସେମାନଙ୍କ ରୋମାଂଟିକ ଫିଲ୍ମରେ ମୁଁ ଫିଟ ହେବନି । ଯୁବ କଳାକାର ଏଥିପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି । ଶାହାରୁଖ ପ୍ରଥମ ଥର ପାଇଁ ରାଜକୁମାର ହୀରାନୀଙ୍କ ସହ ଡଙ୍କି ଫିଲ୍ମରେ କାର୍ଯ୍ୟ କରୁଛନ୍ତି । ୨୨ ଡିସେମ୍ବରରେ ଏହା ରିଲିଜ ହେବାକୁ ଅଛି । ଏହାର ସଫଳତା ନେଇ ଶାହାରୁଖ ବେଶ ଆଶାୟୀ ଅଛନ୍ତି ।

ପଠାନ ଓ ଯବାନ ଫିଲ୍ମ ସୁପରହିଟ ହେବା ପରେ ଦର୍ଶକଙ୍କ ଉତ୍କଣ୍ଠା ଡଙ୍କି ପ୍ରତି ମଧ୍ୟ ରହିଛି । ତେବେ ପ୍ରଭାସଙ୍କ ସାଲାର ଓ ଡଙ୍କି ମଧ୍ୟରେ ମୁକାବିଲା ହେଉଥିବାରୁ କିଏ ବାଜି ମାରିବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଉଭୟ ଫିଲ୍ମ ଏକତ୍ର ରିଲିଜ ହେବ ବୋଲି ସ୍ଥିର ହୋଇଛି । ଡଙ୍କିର ରିଲିଜ ତାରିଖ ଘୁଂଚିବା ନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ ମେକର୍ସଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.