ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଇନ୍ଦ୍ରସେନା ରେଡ୍ଡୀ ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।
୨୦୧୪ରୁ ୨୦୧୯ ମଧ୍ୟରେ ରଘୁବର ଦାସ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୫ରେ ବିହାର ଓ ଝାଡ଼ଖଣ୍ଡ ଗୋଟିଏ ରାଜ୍ୟ ହୋଇଥିବା ବେଳେ ରଘୁବର ଦାସ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଜି ଯାଏଁ ରଘୁବର ଦାସ ଏକମାତ୍ର ନେତା ଭାବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି।
ଅପରପକ୍ଷରେ ନାଲୁ ଇନ୍ଦ୍ରସେନା ରେଡ୍ଡୀ ତେଲେଙ୍ଗାନାର ଜଣେ ବିଜେପି ନେତା ଏବଂ ତିନିଥର ବିଧାୟକ ଅଛନ୍ତି। ସେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ପଦବୀରେ ମଧ୍ୟ ରହିଥିଲେ।
ରାଷ୍ଟ୍ରପତି ଭବନର ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ନିଜ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଲାଗୁ ହେବାକୁ ଥିବା ନିଯୁକ୍ତିକୁ ନେଇ ଖୁସି ଅଛନ୍ତି। ରଘୁବର ଦାସ ଏବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।
ଉଲ୍ଲେଖଯୋଗ୍ଯ, ପ୍ରଫେସର ଗଣେଷୀ ଲାଲ ଏବେ ଓଡ଼ିଶାର ରାଜ୍ୟପାଳ ରହିଛନ୍ତି। ନିକଟରେ ତାଙ୍କର କାର୍ଯ୍ୟକାଳ ଅବଧି ଶେଷ ହୋଇଥିଲା।
Comments are closed.